ନନ୍ଦିଘୋଷ ବ୍ୟୁରୋ ; ଲାଲବାହିନୀକୁ ଲାଗିଛି ବଡ଼ ଝଟକା। ଛତିଶଗଡ଼ ନାରାୟଣପୁରରେ ୨୨ ଜଣ ନକ୍ସଲ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ମହିଳା। ଏସପି ରବୀନସନ ଗୁଡ଼ିଆ କହିଛନ୍ତି, ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟରେ ଜଣେ କମାଣ୍ଡର ମଧ୍ୟ ରହିଛି। ସେ ହେଉଛି DVC ଶୁକ୍ଳା। ସେ ଥିଲେ କୁଟୁଲ ଏରିଆର ଇନଚାର୍ଜ। ବହୁ ଦିନ ହେଲା ସେ ଲାଲବାହିନୀ ସହିତ ସଂପୃକ୍ତ ଥିଲା। ନିଜେ ବହୁତ ଲୋକଙ୍କୁ ଲାଲବାହିନୀରେ ସାମିଲ କରାଇଥିଲା। ଏବେ ନିଜେ DVC ଆତ୍ମସମର୍ପଣ କରିଥିବାରୁ ଆଖାପାଖ ଅଞ୍ଚଳର ଆହୁରି ନକ୍ସଲ ଓ ସେମାନଙ୍କ ସମର୍ଥନ ଏହି ହିଂସାକାଣ୍ଡରୁ ଦୂରେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ଆଶା କରାଯାଉଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସରକାରୀ ଯୋଜନା ଅନୁସାରେ ଥଇଥାନ କରାଯିବ। ସେମାନଙ୍କ ନାଁରେ ପ୍ରାୟ ୩୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଆଣ୍ଟି ନକ୍ସଲ ଅପରେସନ ଓ ସେମାନଙ୍କ ପ୍ରତି ନରମ ମନୋଭାବର ଡବଲ୍ ଷ୍ଟ୍ରାଟେଜି ଯୋଗୁଁ ଏମାନେ ଅସ୍ତ୍ରଶସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଥିବା ଏସପି କହିଛନ୍ତି।

