ଏନକାଉଣ୍ଟରରେ ୨୨ରୁ ଅଧିକ ମାଓବାଦୀ ନିହତ

1 min read

ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ବିଜାପୁର ଜଙ୍ଗଲରେ ଯବାନଙ୍କ ବଡ଼ ଅପରେସନ । ଯବାନଙ୍କ ଏନକାଉଣ୍ଟରରେ ୨୨ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ବୁଧବାର ସକାଳେ କାରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ ମାଓବାଦୀଙ୍କ ସହିତ ସୁରକ୍ଷା ବଳଙ୍କ ଗୁଳିବିନିମୟ ହୋଇଥିଲା । ନକ୍ସଲଙ୍କ ବିରୋଧରେ ମିଶନ ସଂକଳ୍ପ ଅଭିଯାନରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳଙ୍କ ବଡ଼ ଅପରେସନ ଜାରି ରହିଛି ।  ଅପରେସନରେ ଜିଲ୍ଲାର ରିଜର୍ଭ ଫୋର୍ସ, ଡିଆରଜି, କୋବ୍ରା ବାଟାଲିୟନ, ସ୍ପେଶାଲ୍ ଟାସ୍କ ଫୋର୍ସ ଓ ରାଜ୍ୟ ପୋଲିସର ସମସ୍ତ ୟୁନିଟ ୨୪ଶହରୁ ଅଧିକ ସୁରକ୍ଷା ବଳ ସାମିଲ ହୋଇଛନ୍ତି । ଏବେବି ବିଜାପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।