ନନ୍ଦିଘୋଷ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ନକ୍ସଲ ନିହତ। ଆନ୍ଧ୍ର ମାରେଡମଲ୍ଲୀ ଜଂଗଲରେ ହୋଇଛି ଏନକାଉଣ୍ଟର। ଘଟଣା ସ୍ଥଳରେ ଗ୍ରେହାଉଣ୍ଡ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ୬ ଜଣ ନିହତ ହୋଇଥିଲେ। ଟପ୍ ମାଓନେତା ହିଡମା ଓ ତାଙ୍କ ପତ୍ନୀ ସମେତ ୬ ମାଓବାଦୀ ନିହତ ହୋଇଥିଲେ। ଏହା ସହିତ ଆନ୍ଧ୍ର ପୋଲିସ ୫୦ ଜଣ ନକ୍ସଲଙ୍କୁ ଗିରଫ କରିଛି। କ୍ରିଷ୍ଣା, ଇଲୁରୁ, ଏନଟିଆର୍ ବିଜୟୱାଡ଼ା, କାକିନାଡ଼ା ଓ କୋନସିମା ଜିଲ୍ଲାରୁ ଏହି ନକ୍ସଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ କ୍ୟାଡର ନକ୍ସଲ, ଲଜିଷ୍ଟିକ୍ସ ଏକ୍ସପର୍ଟ, ଯୋଗାଯୋଗ ଅପରେଟର ଓ ସଶସ୍ତ୍ର ପ୍ଲାଟୁନ ସଦସ୍ୟ। ଏମାନେ ସମସ୍ତେ ହିଡମାର ସହଯୋଗୀ ଥିଲେ ବୋଲି ଜଣାପଡ଼ିଛି। ସମସ୍ତେ ଦଣ୍ଡକାରଣ୍ଯ ନେଟୱର୍କରେ କାମ କରୁଥିଲେ।

