ଭାରତ ପାକିସ୍ତାନକୁ ତିନି ଖଣ୍ଡରେ ଭାଙ୍ଗିବାକୁ ଚାହୁଁଛି, ଶକ୍ତିଶାଳୀ ସେନା କାରଣରୁ ପାକିସ୍ତାନ ଆଜି ବଞ୍ଚିଯାଇଛି

1 min read

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିରୋଧୀ ଦଳର ପିଏମଏଲ-ଏନ ନେତା ନୱାଜ ସରିଫଙ୍କୁ ଟାର୍ଗେଟ କରିଛନ୍ତି । ନୱାଜ ସରିଫଙ୍କୁ ଦେଶଦ୍ରୋହୀ ବୋଲି ମଧ୍ୟ କହିଛନ୍ତି ଇମ୍ରାନ ଖାନ । ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୱାଜ ସରିଫ ସୈନିକମାନଙ୍କୁ ସାମରିକ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ କରିବାକୁ ଉତ୍ସାହିତ କରୁଛନ୍ତି । ପାକିସ୍ତାନ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି ଯେ ଭାରତ ପାକିସ୍ତାନକୁ ତିନି ଭାଗରେ ବିଭକ୍ତ କରିବାକୁ ଚାହୁଁଛି । ଇମ୍ରାନ ଏହା ମଧ୍ୟ  କହିଛନ୍ତି ଯେ ଶକ୍ତିଶାଳୀ ସେନା କାରଣରୁ ପାକିସ୍ତାନ ଆଜି ବଞ୍ଚିଯାଇଛି । ନଚେତ୍ ପାକିସ୍ତାନ ଆଜି ଇରାକ ଏବଂ ଇରାନ ଭଳି ଦୁର୍ବଳ ହୋଇଥାନ୍ତା । ସେପଟେ ଇମରାନ କହିଛନ୍ତି କି ବିରୋଧୀ ଦଳମାନେ ଭାରତର ଭାଷା କହୁଛନ୍ତି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ।

ଘଟଣାଟି ହେଉଛି, ନୱାଜ ସରିଫଙ୍କ ପିଏମଏଲ-ଏନ ସମେତ ୧୧ ଟି ଦଳ ଇମ୍ରାନ ଖାନଙ୍କ ବିରୋଧରେ ଏକ ମିଳିତ ମଞ୍ଚ ଗଠନ କରିଛନ୍ତି । ଯେଉଁଥିପାଇଁ ଇମ୍ରାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିିଛି । ଏହି ମିଳିତ ମଞ୍ଚର ନାମ ହେଉଛି ପାକିସ୍ତାନ ଡେମୋକ୍ରେଟିକ ମୁଭମେଣ୍ଟ । ନୱାଜ ସରିଫ ତାଙ୍କର ଅନେକ ଭାଷଣରେ ମଧ୍ୟ ପାକିସ୍ତାନ ସେନା ପାଇଁ ସେ କ୍ଷମତାରୁ ବାହାର ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ନିକଟରେ ସେ ଆର୍ମି ଚିଫ୍ ଜେନେରାଲ୍ କମର ଜାଭେଦ୍ ବାଜୱାଙ୍କ ନାମରେ କହିଛନ୍ତିଯେ ପାକିସ୍ତାନରେ ସରକାର ଉପରେ ଆଉ ଏକ ସରକାର ଚଳାଉଛନ୍ତି ।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ନୱାଜ ସରିଫ ଭୟରେ ବିଦେଶରେ ଲୁଚିଛନ୍ତି । ସେଠାରେ ରହି ତାଙ୍କ ସମର୍ଥକଙ୍କୁ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଉତ୍ସାହିତ କରୁଛନ୍ତି । ପିଏମଏଲ-ଏନ ସୁପ୍ରିମୋ ଏବଂ ତାଙ୍କ ଝିଅ ପ୍ରଥମେ ଚୁପ ରହିଥିଲେ । କାରଣ ସେତେବେଳେ ସେ ମୁକୁଳିବା ପାଇଁ ଚେଷ୍ଟା କରୁଥିଲେ । ଯେତେବେଳେ ସେ ଅନୁଭବ କଲେ ଯେ ମୁକୁଳିବା ପାଇଁ ତାଙ୍କର କୌଣସି ବାଟ ବାକି ନାହିଁ । ସେତେବେଳେ ସେ ମୋତେ ଆକ୍ରମଣ କରିବାକୁ ଲାଗିଲେ । ବର୍ତ୍ତମାନ ସେମାନେ ସେନା ଏବଂ ନ୍ୟାୟପାଳିକାକୁ ମଧ୍ୟ ଟାର୍ଗେଟ କରୁଛନ୍ତି । ଇମ୍ରାନ ଖାନ କହିଛନ୍ତି ଯେ FATF ର କଳା ତାଲିକାରୁ ଦୂରେଇ ରହିବା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବିରୋଧୀ ଦଳମାନେ FATF ଆଇନ ପ୍ରଣୟନ କରିବାକୁ ଚାହୁଁନାହାଁନ୍ତି ।

Leave a Reply