‘ଗୁପ୍ତ ଭାବେ କାଠମାଣ୍ଡୁରେ ମୋଦିଙ୍କୁ ଭେଟିଥିଲେ ନୱାଜ ସରିଫ’

Nawaz Sharif Secret Meeting In Kathmandu With PM Narendra Modi

ଇସଲାମାବାଦ: ପାକିସ୍ତାନର ଇମ୍ରାନ ସରକାର ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ସରକାର ବିରୋଧୀରେ ବିରୋଧୀଙ୍କ ଏକତା ଦେଖି ଘବରେଇ ଯାଇଛନ୍ତି ଇମ୍ରାନ । ଆଉ ସରକାରକୁ ବଞ୍ଚାଇବାକୁ ଯାଇ ଇମ୍ରାନଙ୍କ ମନ୍ତ୍ରୀ ବୟାନବାଜିରେ ଲାଗିଛନ୍ତି । ଇମ୍ରାନଙ୍କ ସରକାରରେ ମନ୍ତ୍ରୀ ଥିବା ଫବାଦ ଚୌଧୁରୀ ଅଭିଯୋଗ କରିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଗୁପ୍ତ ଭାବେ ମୋଦିଙ୍କୁ କାଠମାଣ୍ଡୁରେ ଭେଟିଥିଲେ । ଏପରିକି ସରିଫ ଭାରତକୁ ଡରୁଥିବାରୁ ମନ୍ତ୍ରୀମାନଙ୍କୁ ମଧ୍ୟ ଭାରତ ବିରୋଧରେ ନକହିବା ଲାଗି କହିଥିଲେ ।

ଇମ୍ରାନଙ୍କ ବିଶ୍ୱସ୍ତ ଫବାଦ ଚୌଧୁରୀ ପାକିସ୍ତାନର ସୂଚନା ମନ୍ତ୍ରୀ ଅଛନ୍ତି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ସରିଫ ଭାରତକୁ ଡରୁଥିଲେ । ସେଥିପାଇଁ ଭାରତ ବିରୋଧରେ କିଛି ନ କହିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ । କାଠମାଣ୍ଡୁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁପ୍ତ ଭାବରେ ଭେଟିଥିଲେ ନୱାଜ ସରିଫ । ଯଦି ଏ ଅଭିଯୋଗ ମିଛ ତାହେଲେ ଏତେ ବର୍ଷ ଧରି କେହି କାହିଁକି ଖଣ୍ଡନ କରୁନାହାନ୍ତି ବୋଲି ଚୌଧୁରୀ ପ୍ରଶ୍ନ କରିଛନ୍ତି । ମୋଦି ଏମିତିରେ ନୱାଜଙ୍କ ଘରେ ଥିବା ବିବାହ ଉତ୍ସବକୁ ଆସିନଥିଲେ । ମୋଦି ଓ ସରିଫଙ୍କ ଭିତରେ ଭଲ ବନ୍ଧୁତା ରହିଛି ।

Nawaz Sharif Secret Meeting In Kathmandu With PM Narendra Modi

୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେହିବର୍ଷ ନେପାଳ ରାଜଧାନୀ କାଠମାଣ୍ଡୁରେ ସାର୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜଣେ ଭାରତୀୟ ସାମ୍ବାଦିକ ଏକ ବହି ଲେଖିଥିଲେ । ଯେଉଁଥିରେ ଦାବି କରାଯାଇଥିଲା, ମୋଦି ଓ ନୱାଜ ଘଣ୍ଟାଏ ଧରି ଗୁପ୍ତ ଭାବରେ ଭେଟିଥିଲେ । କାଠମାଣ୍ଡୁର ଏକ ବଡ଼ ହୋଟେଲରେ ଏହି ଆଲୋଚନା କରିଥିଲେ ।

ଏହି ଅଭିଯୋଗ ୨୦୧୮ରେ ହୋଇଥିଲା । ସେତେବେଳେ ଇମ୍ରାନ ନିର୍ବାଚନ ଲଢ଼ୁଥିଲେ । ପରେ ପ୍ରଧାନମନ୍ତ୍ରୀ ହେଲେ । ତେବେ ଏନେଇ ଆଜି ଯାଏ କୌଣସି ପକ୍ଷ ଏନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ଏବେ ପାକିସ୍ତାନର ସମସ୍ତ ବିରୋଧୀ ଇମ୍ରାନ ସରକାର ବିରୋଧରେ ଏକାଠି ହୋଇଛନ୍ତି ।