ଅମରାବତୀରେ ଦଙ୍ଗା କରିବାକୁ ଷଡଯନ୍ତ୍ର: ନଓ୍ୱାବଙ୍କ ଟାର୍ଗେଟରେ ବିଜେପି
ଅମରାବତୀ: ତ୍ରିପୁରା ହିସାଂକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ମହାରାଷ୍ଟ୍ରର ଅମରାବତୀରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ପୋଲିସକୁ ସ୍ଥିତି ନିୟନ୍ତ୍ରଣ କରିବାକୁ କର୍ଫ୍ୟୁ ଲଗାଇବାକୁ ପଡ଼ିଥିଲା । ଏହାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନସିପି ନେତା ନଓ୍ୱାବ ମଲ୍ଲିକ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହି ବନ୍ଦ ଡାକରା ଆଳରେ ବିଜେପି ପୂରା ମହାରାଷ୍ଟ୍ର ଅଶାନ୍ତି ଓ ଦଙ୍ଗା ସୃଷ୍ଟି କରିବା ଯୋଜନାରେ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ନେତା ଅନିଲ ବୋନ୍ଦେ ଓ ଅନ୍ୟମାନେ ପୂର୍ବ ନିର୍ଦ୍ଧାରିତ ଷଡଯନ୍ତ୍ର ଅନୁସାରେ ପଥର ମାଡ଼ ଓ ନିଆଁ ଲଗାଇବା ଭଳି କାମକୁ ଉସକାଇଥିଲେ । ଏଥିପାଇଁ ମୁମ୍ବାଇରୁ ପ୍ରଚୁର ଟଙ୍କା ଆସିଥିବା ସେ କହିଛନ୍ତି ।
ସେ ଆଗକୁ କହିଛନ୍ତି, ‘ମହାରାଷ୍ଟ୍ର ଜନତା ଜାଣିଛନ୍ତି ବିଜେପି ଏହାକୁ ନେଇ ରାଜନୀତି କରୁଛି ।’ ଏହାସହ ସେ ରାଜ ଏକାଡେମୀର ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।
ସେହିପରି ଆଶିଷ ସେଲାର ରାଜ ଏକାଡେମୀରେ କ’ଣ କରୁଥିଲେ ବୋଲି ନଓ୍ବାବ ପ୍ରଶ୍ନ କରିଛନ୍ତି । ଆଶିଷ ରାଜ ଏକାଡେମୀ ଯାଇଥିବାର ଫଟୋ ମୋ ପାଖରେ ଅଛି ଏହାର ମଧ୍ୟ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।
ସେ ଅଭିଯୋଗ କରିଛନ୍ତି, ‘କିଛି ମୁସଲିମ ସଂଗଠନ ତରଫରୁ ନଦିଆ, ମାଲେଗାଁ ଓ ଅମରାବତୀରେ ବନ୍ଦ ଡାକରା ଦିଆଯାଇଥିଲା । ପୋଲିସ ସ୍ଥିତିକୁ ଭଲ ଭାବେ ନିୟନ୍ତ୍ରଣ କରିଥିଲା, ନହେଲେ କିଛି ବଡ଼ ହୋଇଥାନ୍ତି ।