ନୌସେନାରେ ସାମିଲ ହେଲା INSV କୌଣ୍ଡିନ୍ୟ
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ନୌସେନା ଇତିହାସରେ ନୂଆ ଫର୍ଦ୍ଦ । ନୌସେନାରେ ସାମିଲ ହେଲା INSV କୌଣ୍ଡିନ୍ୟ । କର୍ଣ୍ଣାଟକର କରୱାରରେ ଭାରତୀୟ ନୌସେନାରେ ସାମିଲ ହୋଇଛି INSV କୌଣ୍ଡିନ୍ୟ । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହାକୁ ଉଦଘାଟନ କରିଛନ୍ତି ।
ଏହି ଅବସରରେ ଉପସ୍ଥିତ ଥିଲେ ଭାଇସ ଆଡମିରାଲ ରାଜାରାମ ସ୍ବାମୀନାଥନ । ପ୍ରାଚୀନ କାରିଗରୀରେ ଏହା ନିର୍ମିତ ହୋଇଛି । ନୌସେନାର ସାମିଲ ଏହି ଜାହାଜର ନାମ ରହିଛି ଇଣ୍ଡିଆନ ନାଭାଲ ସେଇଲିଂ ଭେସଲ ବା INSV । ଏହି ଜାହାଜରେ ବହୁ ପ୍ରାଚୀନ କୀର୍ତ୍ତିର ନମୁନା ସ୍ଥାନ ପାଇଛି । ଗୁଜରାଟରୁ ଓମାନକୁ ଥିବା ପ୍ରାଚୀନ ରୁଟ ଅନୁସାରେ ଏହି ଜାହାଜ ଯିବ ବୋଲି ସୂଚନା ମିଳିଛି । ଚଳିତବର୍ଷ ଶେଷ ଭାଗରେ ଏହି ଜାହାଜ ଯାତ୍ରା କରିବ ।