spot_img

Latest Posts

ଆଜି ଭାରତୀୟ ନୌସେନା ଦିବସ, ସାରା ଓଡ଼ିଶା ଦେଖିବ ଭାରତୀୟ ନୌସେନାର ପରାକ୍ରମ

ପୁରୀ : ଆଜି ଭାରତୀୟ ନୌସେନା ଦିବସ। ପୁରୀ ବ୍ଲୁ ଫ୍ଲାଗ ବିଚରେ ପ୍ରଦର୍ଶୀତ ହେବ ନୌସେନାର ରଣ କୌଶଳ । ସାରା ଓଡ଼ିଶା ଦେଖିବ ଭାରତୀୟ ନୌସେନାର ପରାକ୍ରମ । ଏଥିପାଇଁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଲାଗିଛି ଯୁଦ୍ଧ ଜାହାଜ ଓ ଟ୍ଯାଙ୍କ । ଜଳପଥରେ ଶତ୍ରୁପକ୍ଷକୁ ପ୍ରତିହତ କରିବା ସହ ଚିତ୍ତାକର୍ଷକ ସମରକଳା ଦେଖାଇବେ ନୌବାହିନୀ। ପ୍ରାୟତଃ ୨୫ରୁ ଉର୍ଦ୍ଧ୍ବ ଯୁଦ୍ଧଜାହାଜ ଓ ୩୫ରୁ ଉର୍ଦ୍ଧ୍ବ ନୌସେନାର ଏୟାରକ୍ରାଫ୍ଟ ରଣକୌଶଳ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ  । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଟ୍ରାଫିକ ବ୍ଯବସ୍ଥାକୁ କଡାକଡି କରାଯାଇଛି। ଭୁବନେଶ୍ୱର ପଟୁ ଯେଉଁମାନେ ଚାରି ଚକିଆ ଯାନ ନେଇ ଆସିବେ ସେମାନେ ମାଳତୀପାଟପୁର ଦେଇ ROB, ଗ୍ରୀଡ଼ ଷ୍ଟେସନ ଦେଇ ତାଳବଣିଆ ଠାରେ ପାର୍କିଙ୍ଗ କରିବେ  । ଦୁଇ ଚକିଆ ଯାନ ପାଇଁ ମାଳତୀପାଟପୁର, ବାଟ ଗାଁ, ମଙ୍ଗଳାହାଟ ବାଇପାସ ଦେଇ ଷ୍ଟର୍ଲିଂଗ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି l ଯେଉଁ ଶ୍ରଦ୍ଧାଳୁ ମାନେ କୋଣାର୍କ ଦେଇ ଆସିବେ ସେମାନେ ତାଳବଣିଆ ଠାରେ ପାର୍କିଂ କରିବେ । ବ୍ରହ୍ମଗିରି ପଟୁ ଯେଉଁମାନେ ଆସିବେ ସେମାନେ ଷ୍ଟର୍ଲିଂଗ ଠାରେ ପାର୍କିଙ୍ଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି  ।

Latest Posts

Don't Miss