ରାଜପଥରେ ନୌସେନା ବ୍ୟାଣ୍ଡ ବଜାଇଲା ‘ମୋନିକା ଓ ମାଇ ଡାର୍ଲିଂ’, ବିରୋଧୀ ଖପ୍ପା କିନ୍ତୁ ରବିନା ଖୁସ୍
3 min readନୂଆଦିଲ୍ଲୀ : ରାଜପଥରେ ଗଣତନ୍ତ୍ର ଦିବସ ପ୍ୟାରେଡ୍ ରିହରସେଲ୍ ଚାଲିଛି । ତିନି ସେନାର ବ୍ୟାଣ୍ଡ୍ ଅନ୍ତିମ ପ୍ରଦର୍ଶନ ପାଇଁ ପ୍ରତିଦିନ ପ୍ରାକ୍ଟିସ କରୁଛନ୍ତି । ଏହାମଧ୍ୟରେ ନୌସେନା ବ୍ୟାଣ୍ଡ୍ ବଲିଉଡ୍ ଧୁନ୍ ବଜାଇଲା ତ’ ସୈନିକ ଏହି ଧୁନ୍ ଉପରେ ନାଚିବା ଆରମ୍ଭ କରିଥିଲେ । ଭିଡିଓକୁ ମାଇଗଭ୍ ଇଣ୍ଡିଆ ଆପରେ ଆଧିକାରିକ ଭାବେ ସେୟାର କରାଯାଇଥିଲା । ନୌସେନା ବ୍ୟାଣ୍ଡ୍ ୧୯୭୦ ଦଶକର ଲୋକପ୍ରିୟ ଗୀତ ମୋନିକା ଓ ମାଇଁ ଡାର୍ଲିଂର ଧୁନ୍ ବଜାଇଥିଲା । ତେବେ ଭିଡିଓ ସେୟାର ହେବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିବାରେ ଲାଗିଛି । ବିରୋଧୀଙ୍କୁ ନୌସେନା ବ୍ୟାଣ୍ଡର ମୋନିକା ମାଇଁ ଡାର୍ଲିଂ ଭର୍ସନ ପସନ୍ଦ ଆସିନଥିବା ବେଳେ ସମର୍ଥକ କହୁଛନ୍ତି ସୈନିକଙ୍କର ମଧ୍ୟ ଜୀବନକୁ ଉପଭୋଗ କରିବାର ଅଧିକାର ଅଛି । ତେଣୁ ଏହାକୁ ନେଇ ଏତେ ରାଜନୀତିର ଆବଶ୍ୟକତା ନାହିଁ । ନୌସେନା ବ୍ୟାଣ୍ଡ ସମର୍ଥନରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଥିବା ବେଳେ ବିରୋଧରେ ଅଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ର ।
What a sight! This video will definitely give you goosebumps!?? ??
Are you ready to witness the grand 73rd Republic Day celebrations with us? Register now and book you e-Seat today! https://t.co/kJFkcXoR2K @DefenceMinIndia @AmritMahotsav pic.twitter.com/3WZG30DWQ0— MyGovIndia (@mygovindia) January 22, 2022
ମାଇଗଭ୍ ଇଣ୍ଡିଆ ଆପରେ ଏହି ଭିଡିଓକୁ ସେୟାର କରି ଲେଖାଯାଇଥିଲା ଯେ,ଏହି ଭିଡିଓ ନିଶ୍ଚୟ ଆପଣଙ୍କୁ ରୋମାଂଚିତ କରିବ । ୭୩ ତମ ସାଧାରଣତନ୍ତ୍ର ଦିବସ ପାଇଁ ନିଜ ଇ-ଆସନକୁ ସୁରକ୍ଷିତ କରନ୍ତି । ତେବେ ଆମ୍ ଆଦାମୀ ପାର୍ଟି,ତୃଣମୂଳ କଂଗ୍ରେସକୁ ଏହି ଭିଡିଓ ପସନ୍ଦ ଆସିନାହିଁ । ତୃଣମୂଳର ମହୁଆ ମୋଇତ୍ରା ଟ୍ୱିଟ୍ କରିଛନ୍ତି ଯେ ,ଏହି ଭିଡିଓ ଦେଖି ରୋମାଂଚିତ ହେଉନାହିଁ ଓଲଟା ବାନ୍ତି ଆସୁଛି । ସମ୍ମାନ ଚୁଲିକୁ ଯାଉ,ସେନାର ବୁଦ୍ଧି ଉପରେ ମୋଦି-ଶାହା କବଜା କରିଛନ୍ତି ।
Far from giving me goosebumps this makes me sick to my stomach…
Dignity be damned. ModiShah sensibilities take over the Armed Forces. https://t.co/F5302ttGLc
— Mahua Moitra (@MahuaMoitra) January 23, 2022
ଆମ୍ ଆଦମୀ ପାର୍ଟିର ସୋସିଆଲ ମିଡିଆ ସହିତ ଜଡିତ କପିଲ ଟ୍ପିଟ୍ କରିଛନ୍ତି ଯେ, ସିନେମା ହଲରେ ଜାତୀୟ ସଂଗୀତ,ଗଣତନ୍ତ୍ର ଦିବସ ପ୍ୟାରେଡରେ ମୋନିକା ଓ ମାଇ ଡାର୍ଲିଂ..ଦେଶରେ ତମସାକରଣର ଦୈନିକ ଫାର୍ସ ଚାଲିଛି ।
National anthem in cinema halls,
Monica my darling during republic day parade.The tamashaization of the country is reaching the new heights, everyday!!! https://t.co/tTdkMSbO0L
— Kapil (@kapsology) January 23, 2022
ତେବେ ଏହି ଭିଡିଓକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସୁଛି ।
ଭିଡିଓକୁ ସମର୍ଥନ କରୁଥିବା ବ୍ୟକ୍ତି କହୁଛନ୍ତି ଯେ, ସୈନିକଙ୍କର ମଧ୍ୟ ରିଲାକ୍ସ କରିବାର ଅଧିକାର ରହିଛି । ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ୭୦ ଦଶକର ଏହ ଗୀତକୁ ବ୍ୟାଣ୍ଡ୍ ବଜାଉଥିବା ଦେଖି ଖୁସି ଲାଗିଲା । ସେମାନଙ୍କୁ ଏହା କରିବାକୁ ଦିଅ,ସେମାନେ ମଧ୍ୟ ମଣିଷ ।ନିନ୍ଦୁକ ମାନେ ଦଉଡି ଦିଅନ୍ତୁ । ଆମ ପିଲା ମଧ୍ୟ ବେଳେ ବେଳେ ରିଲାକ୍ସ କରିବାର ଆବଶ୍ୟକତା ରହିଛି ।
So good to see the band do a chilled out rendition of a70s hit,and let themselves go! They are human too!Way to go boys!let the naysayers go hang themselves!Wish the cops who were suspended in Kutch,are let off with a”don’t do it again”.Our boys also need to destress at times!♥️ https://t.co/99Dlu4aJ8C
— Raveena Tandon (@TandonRaveena) January 23, 2022
ଏହା ଭିତରେ ଏମିତି କିଛି ବ୍ୟକ୍ତି ମଧ୍ୟ ଟ୍ୱିଟ୍ କରିଛନ୍ତି ଯେଉଁମାନଙ୍କ ନାମ ମୋନିକା । ଜଣେ ମୋନିକା ଟ୍ୱିଟ୍ କରିଛନ୍ତି ଯେ, ଜଣେ ଗର୍ବିତ ମୋନିକା ଭାବେ ମୁଁ ଏହି ସମ୍ମାନକୁ ଗ୍ରହଣ କରୁଛି ।
As a proud Monica, I humbly accept this tribute on “Monica oh my darling” by Indian Navy Band?pic.twitter.com/PrK5xyOol8
— Monica Verma (@TrulyMonica) January 23, 2022
୧୯୭୧ରେ ଆସିଥିଲା ମୋନିକା ମାଇ ଡାର୍ଲିଂ
୧୯୭୧ ମସିହାରେ ସଂଗୀତ ନିର୍ଦ୍ଦେଶକ ଏସଡି ବର୍ମନଙ୍କ ନିର୍ଦ୍ଦେଶନାରେ ଏହି ଗୀତ ଆସିଥିଲା । ପ୍ରଖ୍ୟାତ ଅଭିନେତ୍ରୀ ତଥା ସଲମାନ ଖାନଙ୍କ ସାବତ ମା’ ହେଲେନ୍ ଏହି ଗୀତରେ ନୃତ୍ୟ କରଥିଲେ ।