ଲୋକସଭା ବାଚସ୍ପତିଙ୍କୁ ନବନୀତଙ୍କ ଚିଠି: ଥାନାରେ ପାଣି ପିଇବାକୁ କି ବାଥ୍‌ରୁମ୍ ଯିବାକୁ ଦେଲେ ନାହିଁ

ମୁମ୍ୱାଇ: ମହାରାଷ୍ଟ୍ରରେ ଜାରି ହନୁମାନ ଚାଳିଶା ଏବଂ ଲାଉଡସ୍ପିକର ବିବାଦ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇପଡ଼ିଛନ୍ତି ସ୍ୱାଧୀନ ସାଂସଦ ନବନୀତ ରାଣା । ସାଉଥ୍ ଇଣ୍ଡିଆନ୍ ଫିଲ୍ମର ପୂର୍ବତନ ଅଭିନେତ୍ରୀ ନବନୀତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘରେ ହନୁମାନ ଚାଳିଶା ପାଠର ଘୋଷଣା କରିଥିଲେ । ଏହା ପରେ ମହାରାଷ୍ଟ୍ର ପୋଲିସ ବହୁ ମାମଲା ଦାୟର କରିଛନ୍ତି ଏବଂ ସାଂସଦ ନବନୀତ ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ । ଏବେ ନବନୀତ ରାଣା ଲୋକସଭା ବାଚସ୍ପିତିଙ୍କୁ ଚିଠି ଲେଖି ମହାରାଷ୍ଟ୍ର ପୋଲିସ ଉପରେ ବହୁ ଅଭିଯୋଗ ଲଗାଇଛନ୍ତି । ଅନ୍ୟପକ୍ଷରେ ଏହା ଉପରେ ଲୋକସଭା ସଚିବାଳୟ ମହାରାଷ୍ଟ୍ର ସରକାରଙ୍କୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଛନ୍ତି ।

Hanuman Chalisa row: Maharashtra lawmakers Ravi Rana, Navneet Rana arrested  | Mumbai news - Hindustan Times

ନବନୀତ ରାଣା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ନବନୀତଙ୍କ କଷ୍ଟ ସ୍ପଷ୍ଟ ପ୍ରମାଣିତ ହୋଇଛି । ନବନୀତ ରାଣା ଚିଠିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ୨୩ ତାରିଖରେ ପୋଲିସ ଷ୍ଟେସନ ନିଆଗଲା । ୨୩ଏପ୍ରିଲରେ ମୋତେ ସାରା ରାତି ଥାନାରେ ବିତାଇବାକୁ ପଡ଼ିଲା । ରାତିରେ ବହୁବାର ପିଇବାକୁ ପାଣି ମାଗିଥିଲି, କିନ୍ତୁ ରାତିସାରା ମୋତେ ପାଣି ଦିଆଗଲା ନାହିଁ ।

ISRO Chairman, Maharashtra MP Navneet Rana given VIP security cover -  BusinessToday

ତେବେ ସେ ପଛୁଆ ଜାତିର ହୋଇଥିବାରୁ ତାଙ୍କୁ ସେହି ଗ୍ଳାସରେ ପିଇବାକୁ ପାଣି ଦିଆଗଲା ନାହିଁ ଯାହା ପୋଲିସ କର୍ମଚାରୀମାନେ ବ୍ୟବହାର କରୁଛନ୍ତି । ମୁଁ ଏହା ଜୋର ଦେଇ କହିବାକୁ ଚାହେଁ ମୋର ଜାତି ଲାଗି ମୋତେ ମୋର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି । ସେ ଆହୁରି ଲେଖିଛନ୍ତି ମୋତେ ରାତିରେ ବାଥ୍‌ରୁମ୍ ଯିବାର ଥିଲେ କିନ୍ତୁ ମୁଁ ପଛୁଆ ଜାତିର ହୋଇଥିବାରୁ ମୋତେ ସେମାନେ ବ୍ୟବହାର କରୁଥିବା ବାଥ୍‌ରୁମ୍ ବ୍ୟବହାର କରିବାକୁ ଦେଲେନାହିଁ ।

caste certificate cancelled by bombay high court see Navneet Ranas first  reaction | पाहा नवनीत राणांची पहिला प्रतिक्रिया

ମୁଁ ମୁଖ୍ୟମନ୍ତ୍ରୀଙ୍କୁ ହନୁମାନ ଚାଳିଶା ପାଠରେ ସାମିଲ ହେବାକୁ ଡାକିଥିଲି କିନ୍ତୁ ମୁଁ ଉଠାଇଥିବା ପଦକ୍ଷେପ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନଥିଲା । କିନ୍ତୁ ମୋ ବିରୋଧରେ ଅଭିଯୋଗ ଅଣାଗଲା ମୋର ଏହି ପଦକ୍ଷେପ ମହାରାଷ୍ଟ୍ରାର ଆଇନ ବ୍ୟବସ୍ଥା ପ୍ରତି ବିପଦ । ଏହା ପରେ ମୁଁ କହିଥିଲି ମୁଖ୍ୟମନ୍ତ୍ରୀଙ୍କ ବାସଗୃହକୁ ଯିବି ନାହିଁ । ଏହା ସତ୍ତ୍ୱେ ସେମାନେ ମୋତେ ଗିରଫ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚରେ ବିଶ୍ୱରେ ତୃତୀୟ ଭାରତ