ରାଜନୈତିକ ଲାଭ ଉଠାଇବାକୁ ସିଦ୍ଧୁ ମିଛ ପ୍ରଚାର କରୁଛନ୍ତି: ଦେଓଲ

ଲୁଧିଆନା: ପୂର୍ବତନ କ୍ରିକେଟର ତଥା ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁଙ୍କ ବିରୋଧରେ ମିଛ ପ୍ରଚାର ଅଭିଯୋଗ । ପଞ୍ଜାବ ଏଜି ଏପିଏସ ଦେଓଲ ଆଣିଛନ୍ତି ଏମିତି ଅଭିଯୋଗ । ରାଜେନୖତିକ ଫାଇଦା ନେବାକୁ ସିଦ୍ଧୁ ମିଛ ପ୍ରଚାର କରିବା ସହ କଂଗ୍ରେସ ଦଳର ଛବି ଖରାପ କରୁଛନ୍ତି ବୋଲି ଦେଓଲ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୫ ପୋଲିସ୍ ଫାୟରିଙ୍ଗ ଓ ଅସହିଷ୍ଣୁ ମାମଲା କଥା ଉଠାଇ ସିଦ୍ଧୁ ଦେଓଲଙ୍କ ଇସ୍ତଫା ଦାବି କରିଥିଲେ । ସିଦ୍ଧୁ ବାରମ୍ବାର ଡ୍ରଗ୍ସ ଓ ଅସହିଷ୍ଣୁ ମାମଲା କଥା ଉଠାଇ ପରେ ଦେଓଲ ତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ରାଜ୍ୟ ସରକାର ମାମଲାକୁ ଗମ୍ଭୀରତାର ସହ ନେଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବ ଦେଉଛନ୍ତି । ହେଲେ ମାମଲାକୁ ପଥଭ୍ରଷ୍ଟ କରିବାକୁ ସିଦ୍ଧୁ ଚେଷ୍ଟା କରୁଛନ୍ତି ।’

ସେ ଅଭିଯୋଗ କରି କହିଛନ୍ତି, ‘ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ସିଦ୍ଧୁ ରାଜେନୖତିକ ଲାଭ ନେବାକୁ ମିଛ ପ୍ରଚାର କରୁଛନ୍ତି ।’

ସୂଚନାଯୋଗ୍ୟ, ଗତ ୧ ତାରିଖରେ ଦେଓଲ ଇସ୍ତଫା ଦେଇ ଦେଇଥିଲେ । ଏହାର ପରଦିନ ନିଜ ଇସ୍ତଫା ଖବରକୁ ଖାରଜ କରିବା ସହ ପଦ ଛାଡୁ ନଥିବା କହିଥିଲେ ।

Leave a Reply