ପଞ୍ଜାବରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

1 min read

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ । ପାଞ୍ଚଟି ରାଜ୍ୟରେ ମିଳିଥିବା ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହି ୫ ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ମାଗିଥିଲେ ସୋନିଆ । ନବଜୋତ ସିଂହ ସିଦ୍ଧୁ ଟ୍ୱିଟ କରି ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି କି ମୁଁ କଂଗ୍ରେସ ଅଧ୍ୟକ୍ଷଙ୍କ ଇଚ୍ଛା ମୁତାବକ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଏହି ପରାଜୟ ପରେ କଂଗ୍ରେସ ରବିବାର ଏକ ବୈଠକ କରିଥିଲେ । ସୋନିଆ ଗାନ୍ଧୀ ଏହି ୫ ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବା ପାଇଁ ମଧ୍ୟ କହିଥିଲେ । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ରଣଦୀପ ସୁରଜେଓ୍ୱାଲା କହିଛନ୍ତି ଯେ ଏହି ରାଜ୍ୟରେ ସଂଗଠନର ପୁନର୍ଗଠଡ଼ ପାଇଁ ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।

ସୋନିଆ ଗାନ୍ଧୀଙ୍କ ଏହି ଆଦେଶର କିଛି ସମୟ ପରେ ହିଁ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ଗଣେଶ ଗୋଡିଆଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି କି ରାଜ୍ୟରେ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟର ସ୍ୱୀକାର କରି ଇସ୍ତଫା ପତ୍ର ଦେଇଛନ୍ତି ବୋଲି କହିଛନ୍ତି । ସେହିପରି ଉତ୍ତରପ୍ରଦେଶ କଂଗ୍ରସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ବି ଇସ୍ତଫା ଦେଇଛନ୍ତି ।