ଅଭିମାନରେ ଭାଷଣ ଦେଲେନି, ପ୍ରିୟଙ୍କାଙ୍କ ଆଗରେ ଏମିତି କହିଲେ ସିଦ୍ଧୁ..

ଅମୃତସର: ଫେବୃଆରୀ ୨୦ରେ ପଞ୍ଜାବରେ ପଡିବ ଭୋଟ  । କସରତ ଆରମ୍ଭ କରିଦେଇଛନ୍ତି ସବୁ ଦଳ  । କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନହୋଇଥିବା ନବଜ୍ୟୋତ ସିଂ ସିଦ୍ଧୁ ଏବେ ମଧ୍ୟ ଅଭିମାନ କରିଛନ୍ତି  । କ୍ୟାବଟେନ ଅମରିନ୍ଦର ସିଂ କଂଗ୍ରେସରୁ ଯିବା ପରେ ସିଦ୍ଧୁ ଭାବିଥିଲେ ତାଙ୍କ ରାସ୍ତା ଏକଦମ ସଫା  । କିନ୍ତୁ  ଗଳାରେ କଣ୍ଟା ହୋଇଛନ୍ତି ଚରଣଜିତ ଚନ୍ନି  । କଂଗ୍ରେସ ପୁନର୍ବାର ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ଋଷିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ  । ଯାହା ପୁଣି ଥରେ ପ୍ରମାଣିତ ହୋଇଛି  ।

ସତ୍ତାଧାରୀ କଂଗ୍ରେସ ପୁଣି ଥରେ ସରକାର ଗଢିବା ନେଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି  । ରବିବାର ଅର୍ଥାତ ଫେବୃଆରୀ ୧୩ ରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପଞ୍ଜାବର ଅକ ଜନସଭାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ  । ସଂଗରର ଜିଲ୍ଲାର ଧୁରୀ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହୋଇଥିବା ଦଲବୀର ସିଂଙ୍କ ନିମନ୍ତେ ଭୋଟ ମାଗିଥିଲେ କଂଗ୍ରେସ ନେତା  । କିନ୍ତୁ ଏହି ସଭାରେ ଯେତେବେଳେ ପଞ୍ଜାବ ପିସିସ ସଭାପତିଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବ୍ୟକ୍ତି ସମ୍ବୋଧନ କରିବା ପାଇଁ ନିମନ୍ତ୍ରଣ କରିଥିଲେ  । ସେତେବେଳେ ସିଦ୍ଧୁଙ୍କ ଉପରେ ରହିଥିଲା ସଭିଙ୍କ ଆଖି  । କାରଣ ସିଦ୍ଧୁ କିଛି ନକହି ଏମିତି ଇଙ୍ଗିତ ଦେଇଥିଲେ, ଯାହା ସବୁ କଥା ପ୍ରମାଣିତ କରିଦେଉଥିଲା  ।

ମଞ୍ଚରେ  ଉପସ୍ଥିତ ରହିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ ଚନ୍ନି  । ଏହି ସମୟରେ ସିଦ୍ଧୁଙ୍କ ନାମ ନେଇ ମଞ୍ଚ ପରିଚାଳକା ନାରା ଲଗାଇଥିଲେ,  ଭାଷଣ ଦେବା ନେଇ ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ  । କିନ୍ତୁ ପରିଚାଳକାଙ୍କ କଥା ନସରିବା ମାତ୍ରେ ସିହାଂସନରୁ ଉଠିପଡିଥିଲେ ସିଦ୍ଧୁ  । ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ ଚନ୍ନିଙ୍କୁ ଭାଷଣ ଦେବା ନେଇ କହିଥିଲେ  । ଏବଂ ହାତ ଯୋଡି ତାଙ୍କ ନାମ ନନେବାକୁ ଅନୁରୋଧ କରିଥିଲେ  ।

ତେବେ ସିଦ୍ଧୁଙ୍କ ସମସ୍ତ କାର୍ଯ୍ୟାକଳାପକୁ ଦେଖୁଥାନ୍ତି ପ୍ରିୟଙ୍କା ଗାନ୍ଧୀ  । ପିସିସି ସଭାପତି ସଭା ମଞ୍ଚରେ ଭାଷଣ ନଦେବା ଏବଂ ହାତ ଯୋଡି ଅନୁରୋଧ କରିବା ସବୁ କିଛି ପ୍ରମାଣିତ କରିଦେଉଥିଲା  । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନହେବା ପରେ ସିଦ୍ଧୁଙ୍କ ପେଟରେ ଭୋକ ମୁହଁରେ ଲାଜ ସ୍ପଷ୍ଟ କରିଦେଇଥିଲା  । ଝିଅ ରାବିଆ ସିଦ୍ଧୁ ମଧ୍ୟ କଂଗ୍ରେସ ହାଇକମାଣ୍ଡଙ୍କୁ ଆକ୍ଷେପ କରିଥିଲେ । ନବଜ୍ୟୋତ ସିଂ ସିଦ୍ଧୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଆଘାତକୁ ଏବେ ମଧ୍ୟ ସେ ଭୁଲି ନାହାଁନ୍ତି  । କେବଳ ସେ ନୁହଁନ୍ତି ତାଙ୍କ ପରିବାର ମଧ୍ୟ ଏବେ ଜର୍ଜରିତ  । ଯଦି ବା ସିଦ୍ଧୁ କେଉଁଠି ସିଧା ସଳଖ ମୁହଁ କୋଲି ନାହାଁନ୍ତି, ଅଥଚ ମଞ୍ଚରେ ଅଭିମାନ କରିବା ହିଁ ସବୁ କିଛି କହୁଥିଲା  ।

Leave a Reply