spot_img

Latest Posts

କୁସ୍ତିଯୋଦ୍ଧାଙ୍କ ସହ ଧାରଣାରେ ବସିଲେ ନବଜୋତ ସିଂ ସିଦ୍ଧୁ

ନୂଆଦିଲ୍ଲୀ: କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ରେସଲର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜେପିର ବାହୁବଳି ନେତା ବ୍ରିଜଭୂଷଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଜଣେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଖୁବଶୀଘ୍ର ବ୍ରିଜଭୂଷଣଙ୍କ ବୟାନ ରେକର୍ଡ ପାଇଁ ପୋଲିସ କନ୍ନୌଟ ପ୍ଲେସ୍ ଥାନାକୁ ଡାକି ପାରେ ।

ପୀଡ଼ିତାଙ୍କ ମଧ୍ୟରେ ଜଣେ ନାବାଳିକା ଥିବାରୁ ବ୍ରିଜଭୂଷଣଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମଧ୍ୟ ଲଗାଯାଇଛି। ସେପଟେ ଇଣ୍ଡିଆନ ଅଲିମ୍ପିକ ଆସୋସିଏସନର ୧୦ଜଣିଆ କମିଟି ଧାରଣାରତ କୁସ୍ତିଯୋଦ୍ଧାଙ୍କ ବୟାନ ରେକର୍ଡ କରିଥିଲେ ବି ଜଣେ ସିନିୟର ମେମ୍ବରଙ୍କ ଆପତ୍ତି ଯୋଗୁ ଏହାକୁ ରିଲିଜ କରାଯାଇ ନଥିବା କୁସ୍ତିଯୋଦ୍ଧା ଅଭିଯୋଗ କରିଛନ୍ତି ।

ଏପଟେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ପ୍ରତି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ପହଞ୍ଚି ଧାରଣାରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ। ଆସନ୍ତାକାଲି ଚାଷୀ ନେତା ରାକେଶ ଟିକାୟତ ମଧ୍ୟ ଧାରଣାରେ ସାମିଲ ହେବେ। ଦେଶ ପାଇଁ ମେଡାଲ ଜିତିଥିବା ଖେଳାଳିଙ୍କୁ ଦୁର୍ବ୍ୟବହାର କରାଯାଇଥିବା ବେଳେ ସରକାର ଜଣେ ନେତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ନିନ୍ଦନୀୟ ବୋଲି ସିପିଏମ ନେତା ଶ୍ରୀନିବାସ ରାଓ କହିଛନ୍ତି।

Latest Posts

Don't Miss