ସହାରନପୁରରେ ଅଟକ ସିଦ୍ଧୁ, ମୃତକଙ୍କ ପରିବାରକୁ ଯାଉଥିଲେ ଭେଟିବାକୁ

ଲକ୍ଷ୍ନୌ: ଲକ୍ଷୀମପୁର ଅଭିମୁଖେ ଯାଉଥିବା ନବଜୋତ ସିଂହ ସିଦ୍ଧୁ ଙ୍କ ଗାଡ଼ିକୁ ଅଧାରେ ଅଟକାଇଲା ଉତ୍ତରପ୍ରଦେଶ ପୋଲିସ  । ମୃତ ଚାଷୀଙ୍କ ପରିଜନଙ୍କୁ ସାକ୍ଷାତ କରିବା ପାଇଁ ଯାଉଥିବା ପଞ୍ଜାବ କଂଗ୍ରେସ ନେତା ନବଜୌତ ସିଦ୍ଧୁଙ୍କୁ ସହାରନପୁର ନିକଟରେ ପୋଲିସ ଅଚକ ରଖିବା ସହ ଲଖୀମପୁର ଯିବାକୁ ଅନୁମତି ଦେଇନଥିଲା  । ଉତ୍ତରପ୍ରଦେଶ ପ୍ରଶାସନ କେବଳ ୫ ଜଣ ନେତାଙ୍କୁ ଉକ୍ତ ସ୍ଥାନକୁ ଯିବା ପାଇଁ ଅନୁମତି ପ୍ରଦାନ କରିଥିଲା  । କିନ୍ତୁ ସାଥିରେ ଆସିଥିବା ଅନ୍ୟ ନେତା ଓ କର୍ମୀଙ୍କ ଗାଡ଼ିକୁ ମଧ୍ୟ ଅନୁମତି ଦେବାନେଇ ଅଡି ବସିଥିଲେ ସିଦ୍ଧୁ  ।

ଯିବୁ ଯଦି ସମସ୍ତେ ଯିବୁ, ନଚେତ ଏଇଠାରେ ସଭିଙ୍କୁ ପୋଲିସ ଗିରଫ କରୁ ବୋଲି କହିଥିଲେ ପୂର୍ବତନ କଂଗ୍ରେସ ପିସିସି ଅଧ୍ୟକ୍ଷ  ନବଜୋତ ସିଂହ ସିଦ୍ଧୁ  ସିଦ୍ଧୁ। ସେପଟେ ବିଜେପିକୁ ଲଗାତର ଟାର୍ଗେଟ କରି ଆସୁଛନ୍ତି ସିଦ୍ଧୁ  । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବିନା କାରଣରେ ଅଟକ ରଖିବା  । ଏମିତିକି ଅଟକକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ତାଙ୍କୁ କୋର୍ଟରେ ଦାଖଲ କରାନଯିବା ନେଇ କେନ୍ଦ୍ର ସରକାର ଏବଂ ଉତ୍ତୟର ପ୍ରଦେଶ ସରକାରକୁ ବିରୋଧ କରି ଆସୁଛନ୍ତି ସିଦ୍ଧୁ  ।

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ  ଅଜୟ ମିଶ୍ରଙ୍କ ପୁଅକୁ ତୁରନ୍ତ ଗିରଫ କରିବା ନେଇ ପୂର୍ବରୁ ଦାବି କରିଥିଲେ ସିଦ୍ଧୁ  । ସେ ଏକଥା ମଧ୍ୟ କହିଥିଲେ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ଯଦି ତୁରନ୍ତ ଖଲାସ ନକରେ ତେବେ ଆଗାମୀ ଦିନରେ ପଞ୍ଜାବ କଂଗ୍ରେସ ଲଖୀମପୁର ଖେରୀରେ ବିରାଟ ଶୋଭାଯାତ୍ରା କରିବ  ।

Leave a Reply