ନବୀନଙ୍କ ଫୋକସରେ ଜନଜାତି ସମ୍ପ୍ରଦାୟ, ସାମଗ୍ରିକ ବିକାଶକୁ ଗୁରୁତ୍ବ : ବିଜେଡି

1 min read

ଭୁବନେଶ୍ୱର: ନବୀନଙ୍କ ଫୋକସରେ ଜନଜାତି ସମ୍ପ୍ରଦାୟ। ଏନେଇ ପ୍ରସମିଟ୍ କରି ସୂଚନା ଦେଇଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର । ସେ କହିଛନ୍ତି, ଜନଜାତି ସମ୍ପ୍ରଦାୟ ବହୁତ୍ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଜନସଂଖ୍ୟାରେ ଏମାନଙ୍କ ସଂଖ୍ଯା ୨୨ ଦଶମିକ ୮ ପ୍ରତିଶତ ବା  ୧ କୋଟି ରହିଛି। ଏମାନଙ୍କ ସଂସ୍କୃତି, ଜ୍ଞାନ, ବନ୍ଯ ଉତ୍ପାଦନ, ଔଷଧ, ଜୀବନ ଶୈଳୀ ହିଁ ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛି। ରାଜ୍ୟର ୩୧୪ଟି ବ୍ଲକରେ ୬୪ ପ୍ରକାର ଜନଜାତି ଅଛନ୍ତି। ଏମାନେ ୭୪ଟି ଉପଭାଷା ବ୍ଯବହାର କରନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ସମୟରେ ଜନଜାତିଙ୍କ ଆବଶ୍ୟକତା ପୂରଣ ପାଇଁ ଚିନ୍ତା କରୁଛନ୍ତି। ଏ ସମ୍ପର୍କରେ ବିଜୁ ଜନତା ଦଳ ଜନଜାତିଙ୍କୁ ଅର୍ଥନୈତିକ ସୁରକ୍ଷା ଦେବା ସହ ସେମାନଙ୍କ ଶିକ୍ଷା, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

ସେହିପରି ଆଦିବାସୀ ବହୁଳ ଅଞ୍ଚଳରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଆଦିବାସୀ ଅଞ୍ଚଳରେ ୨ ହଜାର ୫ଶହ ସ୍କୁଲ 5T ଉପକ୍ରମରେ ରୂପାନ୍ତର ହୋଇଛି। ୩ ହଜାର ୩ ଶହଟିର ରୂପାନ୍ତର ଚାଲିଛି। ସୁବିଦ୍ୟା ଦ୍ୱାରା ଆବସିକ ସ୍କୁଲ ପାଇଁ କାମ ହୋଇଛି।  ୧ ହଜାର ୭୩୪ ସୁବିଦ୍ୟା ସ୍କୁଲ, ୫ ଲକ୍ଷ ୭୦ ହଜାର ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି। ମୋଟ ଅଛନ୍ତି ୧୫ ଲକ୍ଷ ଛାତ୍ରଛାତ୍ରୀ।  ସେମାନଙ୍କୁ  ବୃତ୍ତି ଦିଆଯାଉଛି। ହଷ୍ଟେଲ ନିର୍ମାଣ କରାଯାଇଛି । ଅନ୍ଵେଷା ଜରିଆରେ ୧୭  ଜିଲ୍ଲାର ୨୧ ହଜାର ୬୮୨  ପିଲା ବାହାରେ ପାଠ ପଢୁଛନ୍ତି। ମଡେଲ ଆବାସିକ ସ୍କୁଲ ଏକଲବ୍ୟ ଜରିଆରେ ଚାଲିଛି। ୨୧ ଭାଷାର ସଂରକ୍ଷଣ ଓ ବିସ୍ତାର ପାଇଁ କାମ ଚାଲିଛି। ଆଦିବାସୀଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାକୁ ଉଦ୍ଯମ ହେଉଛି। ଅର୍ଥନୈତିକ ସ୍ୱାଧୀନତା ପାଇଁ  କରାଯାଇଛି ଲାଭ ଯୋଜନା । ୯୯ ଲକ୍ଷ ଆଦିବାସୀ ଲୋକ ସୁବିଧା ପାଇଛନ୍ତି। ଫାଇଭ-ଟି ଅଧୀନରେ ଇ-ପ୍ରୋକ୍ଯୁରମେଣ୍ଟ କରାଯାଇ ମଧ୍ୟସ୍ଥିଙ୍କ ମନମାନି ରୋକାଯାଇଛି। ଆଦିବାସୀ ଯୁବକଙ୍କ ଖେଳ ପାଇଁ ରାଉରକେଲାରେ ବିଶ୍ଵସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କରାଯାଇଛି। ସୁନ୍ଦରଗଡ଼ରେ କରାଯାଇଛି ୧୭ ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ। ପ୍ରାଚୀନ ସଂସ୍କୃତିର ସୁରକ୍ଷା ପାଇଁ ବାଦ୍ୟ ଯନ୍ତ୍ର ତିଆରି କରାଯାଇଛି। ଆଦିବାସୀଙ୍କ ପାଇଁ ୨୨୨ ସାଂସ୍କୃତିକ କ୍ଲବ,  ଆଦିବାସୀ  ମ୍ଯୁଜିୟମ, ଏକାଡେମୀ, ୨୩ଟି SDC ଜରିଆରେ ଉନ୍ନତି କରାଯାଉଛି। ଟ୍ରାଇବାଲ ଡେଭଲପମେଣ୍ଟ ସୋସାଇଟି ଜରିଆରେ ଚାକରି ପାଇଁ ଟ୍ରେନିଂ, ଶହେ କୋଟି ଟଙ୍କାରେ ଭୁବନେଶ୍ୱରରେ ଆଦିବାସୀ ଭବନ ପାଇଁ ୫ ଏକର ଜମି ଦିଆଯାଇଛି ବୋଲି କହିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ।