କୋଭିଡ୍ ମୁକାବିଲା ପାଇଁ ବଲାଙ୍ଗିରକୁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Naveen Sanctioned 2 Crore For Covid Management In Bolangir Dist

ଭୁବନେଶ୍ୱର: କୋଭିଡ୍ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ ସହାୟତା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, କୋଭିଡର ପ୍ରଥମ ଲହରରେ ଗତବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ ।

Naveen Sanctioned 2 Crore For Covid Management In Bolangir Dist

ବଲାଙ୍ଗିର ଜିଲ୍ଲାରେ ଏଯାବତ୍ ୧୬ ହଜାର ୯୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪ ହଜାର ୩୧୬ ଜଣ ଆକ୍ରାନ୍ତ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ଜିଲ୍ଲାରେ ୨୫୭୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । କରୋନାରେ ଜିଲ୍ଲାରେ ୫୪ ଜଣଙ୍କ ମୃତ୍ୟୁ ହୋଇଛି ।

ବଲାଙ୍ଗିର ଜିଲ୍ଲାରେ ୨ଟି କୋଭିଡ୍ ହସ୍ପିଟାଲ୍ ସହ ୪ଟି କୋଭିଡ୍ କେୟାର ସେଣ୍ଟର ରହିଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର କୋଭିଡ୍ ୱାର୍ଡରେ ୪୦ଟି ବେଡ୍ ସହ ୫୦ଟି ଆଇସିୟୁ ବେଡ୍ ରହିଛି । ସେହିଭଳି କିସ୍ କ୍ୟାମ୍ପସରେ ୮୦ଟି ବେଡ୍ ସହ ୨୦ଟି ଆଇସିୟୁ ବେଡ୍ ରହିଛି । ତା’ଛଡ଼ା ଟିଟିଲାଗଡ଼ ସିସିସିରେ ୧୩୦ଟି ବେଡ୍ ଥିବାବେଳେ କଣ୍ଟାବାଞ୍ଜି ଓ ବଲାଙ୍ଗିର ସରକାରୀ ପଲିଟେକନିକରେ ୧୫୦ଟି ଲେଖାଏଁ ଶଯ୍ୟା ରହିଛି ।

Leave a Reply