spot_img

Latest Posts

କଣାସ ହଇଜାକୁ ନେଇ ନବୀନଙ୍କ ଚିନ୍ତା

ଭୁବନେଶ୍ବର : ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିନ୍ତା ପ୍ରକଟ। ଏହି ଅଂଚଳରେ ଭୟାନକ ସ୍ଥିତିରେ ପହଁଚିଛି ହଇଜା।  ଲୋକଙ୍କ ଜୀବନ ବିପଦରେ ପଡ଼ିଛି। ଘଟଣାରେ ୬ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ ଦୁଃଖିତ କରିଛି ବୋଲି କହିଛନ୍ତି ନବୀନ। ଜାନୁଆରୀ ୨ ତାରିଖରୁ ସ୍ଥାନୀୟ ଅଞ୍ଚଳରେ ହଇଜା ସ୍ଥିତି ନଜରକୁ ଆସିଥିଲେ ବି ଲୋକଙ୍କ ଜୀବନ ସୁରକ୍ଷିତ କରିବାକୁ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନକରିବା ବଡ଼ ପରିତାପର ବିଷୟ। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଅନ୍ତୁ। ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେଇଥିଲେ ଏ ପ୍ରକାର ସ୍ଥିତି ହୋଇନଥାନ୍ତା। ଲୋକଙ୍କ ଜୀବନ ଯାଇ ନଥାନ୍ତା। ରାଜଧାନୀରୁ ମାତ୍ର ୫୦ କିମି ଦୂରରେ ହଇଜା ପରିସ୍ଥିତି ଉପୁଜିଥିଲେ ବି ସରକାରଙ୍କ ଏଥିପ୍ରତି କୌଣସି ନିଘା ନଥିବା ପରି ମନେ ହେଉଛି। ଜୀବନ ବଡ଼ ମୂଲ୍ୟବାନ। ସବୁ ସ୍ଥିତିରେ ଲୋକଙ୍କ ଜୀବନ ସୁରକ୍ଷିତ କରିବା ସରକାରଙ୍କ ସବୁଠୁ ବଡ଼ କର୍ତ୍ତବ୍ୟ।ହଇଜାରୁ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର ତୁରନ୍ତ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ।

Latest Posts

Don't Miss