ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
1 min readଭୁବନେଶ୍ବର : ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛତିଶଗଡ଼ ସରେଇପାଲି ଥାନାରେ ଅଟକ ଅଛନ୍ତି PRI ସଦସ୍ୟ । କିର୍ମିରା PRI ସଦସ୍ୟ ଅଟକ ପ୍ରସଙ୍ଗରେ ଚିଠି ଲେଖିଛନ୍ତି ନବୀନ । ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ନବୀନ । ଅଟକ PRI ସଦସ୍ୟଙ୍କ ମଧ୍ୟରେ ଅଛନ୍ତି କିଛି ମହିଳା।କିର୍ମିରା ବ୍ଲକ ବିରୋଧରେ ୧୨ ସଦସ୍ୟ ଆଣିଛନ୍ତି ଅନାସ୍ଥା । ସଦସ୍ୟ ଉପସ୍ଥିତ ନରହିବାରୁ ସ୍ଥଗିତ ରହିଲା ଅନାସ୍ଥା ଭୋଟ । ଅନାସ୍ଥାରେ ହାରିଯିବା ଭୟରେ ବିଜେପି ଏଭଳି ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି । ନବ ଦାସଙ୍କ ପୁଅ ବିଶାଲଙ୍କୁ ଛତିଶଗଡରେ ଅଟକ ରଖାଯାଇଛି । ଭୋଟରେ ସାମିଲ ନହୋଇପାରିବା ଲାଗି ଚକ୍ରାନ୍ତ ହୋଇଛି ।