ନବୀନ ନିବାସରେ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ଏଲ. ସୁବ୍ରମଣ୍ୟମ୍
![](https://nandighoshatv.com/wp-content/uploads/2022/03/ମୁଖ୍ୟମନ୍ତ୍ରୀଙ୍କୁ-ଭେଟିଲେ-1024x576.jpg)
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ପଦ୍ମଶ୍ରୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ପଦ୍ମ ବିଭୂଷଣ ଏଲ. ସୁବ୍ରମଣ୍ୟମ୍ । କ୍ରିଷ୍ଣାମୂର୍ତ୍ତୀ ଦେଶର ଜଣେ ପରିଚିତ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଥିବାବେଳେ ପଦ୍ମ ବିଭୂଷଣ ଏଲ. ସୁବ୍ରମଣ୍ୟମ୍ ମ୍ୟୁଜିକ କ୍ଷେତ୍ରରେ ମଧ୍ୟ ସୁନାମ ଲାଭ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଉଭୟେ ଭେଟିଛନ୍ତି । ଏହି ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ ଭେଟିଛନ୍ତି ।