ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ନନ୍ଦିଘୋଷ ବ୍ୟୁରୋ : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ସୋସିଆଲ ମିଡିଆ ଏକ୍ସରେ ଶୁଭେଚ୍ଛା ବାର୍ତ୍ତା ଦେଇ ଲେଖିଛନ୍ତି ଯେ, ଆମେ ସର୍ବଦା ମହିଳାଙ୍କୁ ସମ୍ମାନ ଏବଂ ମହିଳା ସଶକ୍ତିକରଣକୁ ସର୍ବଦା ସମସ୍ତ କ୍ଷେତ୍ରରେ ଗୁରୁତ୍ୱ ଦେଇଛୁ । ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମିଶନଶକ୍ତି ଯୋଜନା, ମମତା ଯୋଜନା ଏବଂ ଲିଙ୍ଗଗତ ବଜେଟ୍ ଭଳି ଅନେକ ପଦକ୍ଷେପ ନିଆଯାଇଛି । ତେଣୁ ଏହି ମହିଳା ଦିବସରେ ଆସନ୍ତୁ ସବୁଠି ମହିଳାଙ୍କ ନେତୃତ୍ୱକୁ ପାଳନ କରିବା ଏବଂ ସର୍ବୋଚ୍ଚ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ଏବଂ ସମାଜରେ ତଥା ବିଭିନ୍ନ ସଂସ୍ଥାରେ ମହିଳାମାନଙ୍କ ଅଧିକ ଭୂମିକାକୁ ସୁନିଶ୍ଚିତ କରିବା ।