ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ବର: ଆସନ୍ତାକାଲି ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ । ଶଙ୍ଖ ଭବନରେ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଦେବେ ଗୁରୁମନ୍ତ୍ରୀ । ଏଥିରେ ଛାତ୍ର ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବେ ।

ଆଗାମୀ ଦିନରେ ଓଡିଶାବାସୀଙ୍କ ପାଇଁ ବିଜୁ ଛାତ୍ର ଜନତା ଦଳର ଆଭିମୁଖ୍ୟ କ’ଣ ରହିବ ସେନେଇ ଦଳର ସଭାପତି ଗୁରୁମନ୍ତ୍ର ଦେବେ । ଆଗାମୀ ଦିନରେ ବିଜୁ ଜନତା ଦଳର ରୋଡ ମ୍ୟାପ୍ ସମ୍ମିଳନୀରେ ପ୍ରସ୍ତୁତ ହେବ । ସକାଳ ସାଢେ ୯ଟାରୁ ଦିନ ୨ଟା ଯାଏଁ ଚାଲିବ ବୈଠକ । ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଛାତ୍ର ସଂସଦ ନିର୍ବାଚନ ସମ୍ପର୍କିତ ଆଲୋଚନା ବି ହେବ । ରାଜ୍ୟ ସରକାର ନିର୍ବାଚନକୁ ନେଇ ସ୍ପଷ୍ଟତା ଆଣୁ ନାହାଁନ୍ତି । ଆଇନମନ୍ତ୍ରୀ କହୁଛନ୍ତି, ଛାତ୍ର ସଂସଦ ନିର୍ବାଚନ ହେବ । ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ କହୁଛନ୍ତି ଉଚିତ ସମୟରେ ଉଚିତ ପଦକ୍ଷେପ ନିଆଯିବ ।