ନନ୍ଦିଘୋଷ ବ୍ୟୁରୋ: ଚଳିତ ଉପନିର୍ବାଚନରେ ଦୁଇ ଥର ପ୍ରଚାର କରିବା ପାଇଁ ନୂଆପଡ଼ା ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ନିଜେ ଭିଡ଼ିଓ ବାର୍ତ୍ତା ଜାରି କରି କହିଛନ୍ତି । କୋମନା ଅଞ୍ଚଳରେ ନବୀନଙ୍କ ପ୍ରଚାର ବାର୍ତ୍ତା କର୍ମୀଙ୍କ ମନରେ ଜୋଶ ଭରିଛି । ପ୍ରିୟ ନେତାଙ୍କୁ ପାଖରୁ ଦେଖିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ ।
‘୩ ତାରିଖରେ ନୂଆପଡ଼ା ଯିବି । ସମସ୍ତଙ୍କ ସହ ଦୁଇପଦ କଥା ହେବି । ପୁଣି ଆରମ୍ଭ ହେବ ସେବା ଓ ବିକାଶର ନୂଆ ଧାରା।’ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଯିବା ପୂର୍ବରୁ ଏପରି ଭିଡିଓ ବାର୍ତ୍ତା ଦେଇଛନ୍ତି ନବୀନ । ଭିଡ଼ିଓ ଜାରି ପରେ ନୂଆପଡ଼ା ବିଜେଡିରେ ସୃଷ୍ଟି ହୋଇଛି ଉତ୍ସାହର ମାହୋଲ ।
ଆଜି ବି ଜନତାଙ୍କ ହୃଦୟରେ ଅଛନ୍ତି ନବୀନ । ୨୪ ବର୍ଷର ସୁଶାସନକୁ ଝୁରି ହେଉଛନ୍ତି ଲୋକେ । ନୂଆପଡ଼ାରେ ପୁଣି ବିଜେଡିର ଗଡ଼ ବଜାୟ ରଖିବାକୁ କରିଛନ୍ତି ପଣ । ନୂଆପଡା ଉପନିର୍ବାଚନରେ ସୃଷ୍ଟି ହୋଇଛି ଏଭଳି ମାହୋଲ । ବିଜୁ ଜନତା ଦଳର ଗଡ଼କୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡ଼ିଛନ୍ତି ଭୋଟର । ଏବେ ନୂଆପଡା କୋମନାରେ ନବୀନଙ୍କ ପ୍ରଚାର ପାଇଁ ଭିଡ଼ିଓ ବାର୍ତ୍ତା କର୍ମୀଙ୍କ ମନରେ ଜୋଶ ଭରିଛି । ସମସ୍ତଙ୍କୁ ବିଜୟ ବାନା ଉଡାଇବା ପାଇଁ ଦୃଢମନା କରିଛି ।
ନବୀନଙ୍କ ଭିଡ଼ିଓ ବାର୍ତ୍ତା ଜନସାଧାରଣଙ୍କୁ ସିଧା ସଳଖ ଭାବେ ଆକୃଷ୍ଟ କରିପାରିଛି । ଜିଲ୍ଲାବାସୀ ସେମାନଙ୍କର ପ୍ରିୟ ନେତାଙ୍କୁ ପାଖରୁ ଦେଖିବା ପାଇଁ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି । ସେପଟେ ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ମହଲରେ ଭାଳେଣି ପଡିଲାଣି । ଏହାକୁ ଭଣ୍ଡୁର କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା ଅଭିଯୋଗ ବାଢିଛନ୍ତି ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ । କିନ୍ତୁ ନୂଆପଡ଼ାରେ ବିଜୁ ଜନତା ଦଳର ବୃହତ୍ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ବିଜେଡ଼ି ନେତା ଓ କର୍ମୀ ।
ଆସନ୍ତା ୭ ତାରିଖରେ ମଧ୍ୟ ନୂଆପଡ଼ା ପ୍ରଚାରରେ ଯୋଗଦେବେ ନବୀନ ପଟ୍ଟନାୟକ । ନବୀନ ଯେଉଁଠି ଠିଆ ହୋଇଯାଆନ୍ତି, ସେଠାରୁ ଆରମ୍ଭ ହୁଏ ବିକାଶ ଧାରା । ବିଜେଡି କର୍ମୀଙ୍କ ମଧ୍ୟରେ ଭରିଯାଏ ଶତ ସିଂହର ବଳ । ନବୀନଙ୍କ ଆଗରେ କାମ ଦିଏନି ଅନ୍ୟ ଦଳର ରଣକୌଶଳ ।


