ଆଜି ହାଇଦ୍ରାବାଦରେ ନିବେଶ ସମ୍ମିଳନୀ, ନିବେଶକଙ୍କୁ ନିମନ୍ତ୍ରଣ କରିବେ ନବୀନ

ଭୁବନେଶ୍ୱର: ଆଜି ହାଇଦ୍ରାବାଦରେ ନିବେଶ ସମ୍ମିଳନୀ । ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ପ୍ରାୟ 40 ଜଣ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଓଡ଼ିଶା ଶିଳ୍ପାୟନ ପାଇଁ ସର୍ବୋକୃଷ୍ଟ । ବିଶାଳ ବେଳାଭୂମି, ଖଣିଜ ଶିଳ୍ପରେ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉତ୍ତମ ପରିବେଶ ରହିଛି ।

ଶିଳ୍ପପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ନବୀନ । ନଭେମ୍ବର ୩୦ରୁ ଡିସେମ୍ବର ୪ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ । ଏହାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନଭେଷ୍ଟର୍ସ ମିଟ୍‌ ଜରିଆରେ ପୁଞ୍ଜିପତିଙ୍କ ସହ ଆଲୋଚନା କରି ଶିଳ୍ପପତିଙ୍କୁ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରୁଛନ୍ତି ନବୀନ ଆଣ୍ଡ କୋ ।

ଆସନ୍ତା ୧୮ରେ ୪ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବେ । ମେକ ଇନ ଓଡ଼ିଶା କନକ୍ଲେଭ ସଂସ୍କରଣ ଥ୍ରୀ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ । ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ସାମିଲ ହେବେ ।