spot_img

Latest Posts

ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତି ଦୁଇ ଓଡ଼ିଆ ଶିକ୍ଷକଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର: ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶାର ଦୁଇ କୃତୀ ଶିକ୍ଷକ ଡକ୍ଟର ଦ୍ବିତୀଚନ୍ଦ୍ର ସାହୁ ଏବଂ ସନ୍ତୋଷ କୁମାର କରଙ୍କ ସହ କଥା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବ୍ୟକ୍ତିଗତ ଭାବେ ଫୋନ କରି ଦ୍ବିତୀଚନ୍ଦ୍ର ଏବଂ ସନ୍ତୋଷଙ୍କୁ ଜଣାଇଲେ ଅଭିନନ୍ଦନ ।

ଉଭୟଙ୍କ ନିଷ୍ଠା ଓ ସାଧନାର ଉଚ୍ଚ ପ୍ରଶଂସା କରିଛନ୍ତି ନବୀନ । ସେ କହିଛନ୍ତି, ଶିକ୍ଷା ଜରିଆରେ ହିଁ ଏକ ସଚେତନ ଓ ସଶକ୍ତ ସମାଜ ଗଠନ ହୋଇପାରିବ । ଶିକ୍ଷାଦାନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଆମେ ଗର୍ବିତ ।

ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଡକ୍ଟର ଦ୍ଵିତୀଚନ୍ଦ୍ର ସାହୁ ରାୟଗଡା ଜିଲ୍ଲା ବିଲେଶୁ ଆଦିବାସୀ ମଙ୍ଗଳ ବିଭାଗର ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ, ସନ୍ତୋଷ କର କଳାହାଣ୍ଡି ଜିଲ୍ଲା ଜୟଦୁର୍ଗା ହାଇସ୍କୁଲରେ ଶିକ୍ଷକ ଭାବରେ ଅବସ୍ଥାପିତ। ପ୍ରତିବଦଳରେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଶୀର୍ବାଦ ଆହୁରି ଭଲ କାମ କରିବା ପାଇଁ ପ୍ରେରଣା ଦେବ ବୋଲି କହିଛନ୍ତି ଉଭୟ ଶିକ୍ଷକ।

Latest Posts

Don't Miss