ୟୁରୋପରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ମୁଁ ବେସ୍ ଆନନ୍ଦିତ
ଭୁବନେଶ୍ୱର: ବିଦେଶରେ ନିଜ ମାଟିର ଲୋକଙ୍କୁ ଭେଟିବାର ମୂହୁର୍ତ୍ତ ବେଶ ସ୍ଵତନ୍ତ୍ର । ୟୁରୋପରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବେସ ଆନନ୍ଦିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କ ସହ ରୋମରେ ସାକ୍ଷାତ କରି ଖୁସି ଅନୁଭବ କରିଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସେମାନେ ଅବଗତ ଥିବା ଏବଂ ଗର୍ବ ଅନୁଭବ କରୁଥିବା ଜାଣି ଖୁସି ହେଲି ।
ସେହିପରି ବିଦେଶ ମାଟିରେ ଓଡ଼ିଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରୁଛନ୍ତି । ବେସ ଭଲ କାର୍ଯ୍ୟ କରୁଛନ୍ତି । ଅନ୍ୟ ଦେଶରେ ଓଡିଶାର ପରିଚୟକୁ ପ୍ରବାସୀ ଓଡିଆ ପ୍ରତିପାଦନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ରହିଥିବାବେଳେ ଏହି ଅବସରରେ ରାଜ୍ୟର ବିକାଶରେ ଭାଗିଦାର ହେବାକୁ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି । ସେହିପରି ବ୍ରିଟେନରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନେଇ ଗୁରୁବାର ପ୍ରବାସୀ ଓଡିଆଙ୍କ ସହ ଆଲୋଚନା କରିଥିଲେ ନବୀନ । ମନ୍ଦିର ନିର୍ମାଣରେ ସମସ୍ତ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ।