spot_img

Latest Posts

ନବୀନ କହିବେ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ

ଭୁବନେଶ୍ୱର: ଆଗକୁ ହେବାକୁ ଥିବା ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିବେ । ଖାଦ୍ୟ ନିରାପତ୍ତା ପାଇଁ ଆଗରୁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି କିଭଳି ଖାଦ୍ୟ ସୁରକ୍ଷାରେ ବଳକା ରାଜ୍ୟ ହୋଇପାରିଛି ସେନେଇ ଉଦ୍‌ବୋଧନ ଦେବେ ନବୀନ । ୧୯୯୯ ମହାବାତ୍ୟାରେ ବିଧ୍ୱଂସ୍ତ ଓଡ଼ିଶା ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନାରେ କିଭଳି ମଡେଲ ରାଜ୍ୟ ହୋଇପାରିଛି ସେନେଇ ମଧ୍ୟ ବକ୍ତବ୍ୟ ରଖିବେ।

ୱାଲର୍ଡ ଫୁଡ୍ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାଭିଡ୍ ବେସଲେ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ ଆଲୋଚନା କରିବେ । ଓଡ଼ିଶାକୁ ଖାଦ୍ୟ ସୁରକ୍ଷାରେ ନିରନ୍ତର ଭାବେ ସଶକ୍ତ କରିବାକୁ ବିଭିନ୍ନ ପ୍ରକଳ୍ପ ଏବଂ ଡବ୍ଲୁଏଫପିର ସହଭାଗିତା ଉପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ୟୁରୋପର ବିଭିନ୍ନ ଅଞ୍ଚଳରେ ଥିବା ପ୍ରବାସୀ ଓଡ଼ିଆ ନିବେଶକଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଓଡିଶାର ରୂପାନ୍ତର କାର୍ଯ୍ୟକ୍ରମରେ ସେମାନଙ୍କ ସହଭାଗିତା ଏବଂ ଓଡିଶାର କଳା ଏବଂ ସଂସ୍କୃତିର ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହେବ ।

Latest Posts

Don't Miss