ଗୋଟିଏ ଦିନରେ କଲେ ୧୮ ମିଟିଙ୍ଗ୍, କହିଲେ ଲୋକଙ୍କ କାର୍ଯ୍ୟରେ କ୍ଲାନ୍ତ ଲାଗେନି

1 min read

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନି। ଗତକାଲି ଦିନ ତମାମ ବିଭିନ୍ନ ଶିଳ୍ପପତିଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ଥକ୍କି ଯାଇଛନ୍ତି କି ବୋଲି ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରଶ୍ନ କରୁଛନ୍ତି। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାର୍ତ୍ତାଳାପର ଭିଡିଓକୁ ଫାଇଭ୍-ଟି ସଚିବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଗତକାଲି ସଂଧ୍ୟାରେ ମୁମ୍ବାଇ ଇନଭେଷ୍ଟର୍ସ ମିଟ୍ ପୂର୍ବରୁ ଦେଶର ବିଜନେସ ଟାଇକୁନ୍ ମାନଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିଥିଲେ ନବୀନ ପଟ୍ଟନାୟକ। ପୁଞ୍ଜିପତିମାନଙ୍କୁ ଓଡ଼ିଶାର ରୂପାନ୍ତରଣରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ନବୀନ । ସାରା ଦିନ ଶିଳ୍ପପତିଙ୍କ ସହ ଆଲୋଚନା ପରେ ସଂଧ୍ୟାରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ବ୍ୟସ୍ତତା ଭିତରେ ବି ଜନସେବା ମାନସିକତା ତାଙ୍କୁ କ୍ଲାନ୍ତ କରିପାରିନଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ସାଧାରଣ ଲୋକଙ୍କ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି  । ଯିଏ ଦେଖୁଛନ୍ତି ପ୍ରଶଂସା କରୁଛନ୍ତି  । ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏପରି ମଧ୍ୟ ପରିଶ୍ରମ କରିପାରନ୍ତି ଏବଂ କ୍ଲାନ୍ତ ଅନୁଭବ କରନ୍ତି ନାହିଁ  ।