ବିଧାନସଭାରେ ଚମ୍ପୁଆ ବିଜେଡି ବିଧାୟକଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବିଧାନସଭାର ବଜେଟ ଅଧିବେଶନରେ ଯୋଗ ଦେବା ନିମନ୍ତେ ବିଧାନସଭାରେ ପହଞ୍ଚିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ବିଧାନସଭାରେ ପାଦ ଦେଉ ଦେଉ ଚମ୍ପୁଆ ବିଜେଡି ବିଧାୟକ ସନା ମହାକୁଡ଼ଙ୍କୁ ତାଗିଦ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଧାୟକ ସନାତନ ମହାକୁଡ଼ଙ୍କୁ ନବୀନ ପଟ୍ଟନାୟକଙ୍କ ଜବାବ ତଲବ । ଗତକାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ବୋଲି ପ୍ରଶ୍ନ କରିଥିଲେ ନବୀନ । ଉତ୍ତରରେ ସନାତନ ଅସୁସ୍ଥତା କାରଣ ଦର୍ଶାଇଥିଲେ ମଧ୍ୟ ସେ ବିଜେପି ଆଡ଼କୁ ଯାଉଛନ୍ତି କି ବୋଲି କହି ତେରଛା ବାଣ ମାରିଥିଲେ ନବୀନ । ନବୀନଙ୍କୁ ସ୍ଵାଗତ ପାଇଁ ବିଜେଡି ବିଧାୟକମାନେ ବିଧାନସଭାରେ ଅପେକ୍ଷା କରିଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।