spot_img

Latest Posts

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ଭୁବନେଶ୍ବର: ପ୍ରବାଦପୁରୁଷ ବିଜୁବାବୁଙ୍କ ଆଜି ତିରୋଧାନ ଦିବସ । ସାରାରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏହି ଦିବସ ପାଳନ ହେଉଛି । ବିଜୁ ପଟ୍ଟନାୟକ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ବିନ୍ଦୁସାଗର କୂଳରେ ବିଜେଡି ପକ୍ଷରୁ  ତିଳତର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ବିଜେଡିର ପ୍ରମୁଖ ନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ।

ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲରେ ବିଜେଡି ପକ୍ଷରୁ ଫଳ ବଣ୍ଟନ କରାଯାଇଛି। ବିଜେଡି ବିଧାୟକ, ନେତା ଓ କାର୍ଯ୍ୟକର୍ତ୍ତା କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳ ବାଣ୍ଟିଛନ୍ତି। ବିଜୁ ବାବୁଙ୍କ ଜନସେବା ତଥା ରାଜ୍ୟ ଦେଶ ପ୍ରତି ଅବଦାନକୁ ମନେ ପକାଇ ବିଜେଡିର ବହୁ ନେତା ଫଳ ବଣ୍ଟନରେ ହେଲେ ସାମିଲ ହୋଇଥିଲେ। ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ବିଜେଡି ନେତା ମନ୍ମଥ ରାଉତରାୟ, ବହୁ ଦଳୀୟ କର୍ପୋରେଟର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଜୁ ବାବୁଙ୍କ ରାଜ୍ୟ ଓ ଦେଶ ପ୍ରତି ଅବଦାନ, ତାଙ୍କ ବ୍ୟକ୍ତିତ୍ୱ, ଦେଶପ୍ରେମ ଓ ସାହସିକତା ପରାକାଷ୍ଠା ରାଜ୍ୟର ଯୁବପିଢି ଜାଣିବା ଆବଶ୍ୟକ ବୋଲି କୁହାଯାଇଛି।

Latest Posts

Don't Miss