ନବୀନଙ୍କୁ ରାଜ୍ୟର ଏକମାତ୍ର ଜନପ୍ରିୟ ନେତା କହିଲେ ବିଜୟ ମହାପାତ୍ର

Naveen Patnaik One And Only Popular Leader Of Odisha Says BJP Leader Bijoy Mohapatra

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବହୁମତ ମିଳିଛି । ୮୫୨ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡି ପ୍ରାର୍ଥୀ ୭୬୬ଟି ଜୋନରେ ବିଜୟୀ ହୋଇଛନ୍ତି । ବିଜେପି ମାତ୍ର ୪୨ ଆସନରେ ସନ୍ତୁଷ୍ଟ ହୋଇଥିବା ବେଳେ କଂଗ୍ରେସକୁ ମିଳିଛି ୩୭ଟି ସିଟ୍ । ୭ଟି ଆସନରେ ସ୍ୱାଧୀନ ଓ ଅନ୍ୟ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

Naveen Patnaik One And Only Popular Leader Of Odisha Says BJP Leader Bijoy Mohapatra

ଦଳ ନୁହେଁ ବ୍ୟକ୍ତିଗତ ଭାବେ ମତ ରଖି ବିଜୟ କହିଛନ୍ତି, ପଞ୍ଚାୟତ ନିର୍ବାଚନ ମୈଦାନରେ ବିଜେଡି ହିଁ ଏକମାତ୍ର ଦଳ ଥିଲା । ବିଜେଡି ବ୍ୟତୀତ ନିର୍ବାଚନ ରଣାଙ୍ଗନରେ ଆଉ କେହି ନଥିଲେ, ତେଣୁ ଲୋକ ବିଜେଡିକୁ ବାଛିଲେ ବୋଲି କହିଛନ୍ତି ବିଜୟ ମହାପାତ୍ର । ଏମିତି କହି ନିଜ ଦଳ ବିଜେପି ସହ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜୟ । କହିଛନ୍ତି ନିର୍ବାଚନ ଲଢ଼ିବାକୁ ବିରୋଧୀ ଦଳରେ କେହି ଲୋକ ନାହାନ୍ତି ।

ନିର୍ବାଚନ ପ୍ରକ୍ରିୟାରେ ନାହାନ୍ତି ବିରୋଧୀ

ବିରୋଧୀ ଦଳଗୁଡ଼ିକର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । ବିରୋଧୀ ଦଳ ନିର୍ବାଚନ ପ୍ରକ୍ରିୟା ଭିତରେ ନାହାନ୍ତି । ନିର୍ବାଚନ ପାଇଁ ପ୍ଲାନିଂ କି ପୋଗ୍ରାମ ନାହି । ଗୋଟିଏ ଦଳ ଗତବର୍ଷ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲା, ନିର୍ବାଚନରେ ବିଜୟୀ ହେଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଲାଗି ଏହା ଏକ ଚେତନା ଉଦୟ ଘଣ୍ଟି ବୋଲି କହିଛନ୍ତି ବିଜୟ ମହାପାତ୍ର ।

ନବୀନ ଏକମାତ୍ର ଜନପ୍ରିୟ ନେତା

Naveen Patnaik One And Only Popular Leader Of Odisha Says BJP Leader Bijoy Mohapatra

ତା’ଛଡ଼ା ମାହାଙ୍ଗା, ମମିତା ମେହେର ପ୍ରସଙ୍ଗରେ ବିରୋଧୀ ବିଧାନସଭାରେ କରିଥିବା ପ୍ରଦର୍ଶନକୁ ବିଜୟ ନାପସନ୍ଦ କରିଛନ୍ତି । ଆଲୋଚନା ପାଇଁ ନଯାଇ ବିରୋଧୀ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି । ଘଣ୍ଟ ବାଡ଼େଇବା, ଗୋବର ପାଣି ଛିଞ୍ଚିବା ବିରୋଧୀ ଦଳର କାମ ନୁହେଁ । ସବୁବେଳେ ଟିଭିରେ ମୁହଁ ଦେଖେଇ ଗାଁକୁ ନ ଯିବାର ଜବାବ ବିରୋଧୀଙ୍କୁ ଲୋକେ ଦେଇଛନ୍ତି । ନବୀନ ପଟ୍ଟନାୟକ ଏକମାତ୍ର ଜନପ୍ରିୟ ନେତା । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର । ବିଜେପିରେ ଥାଇ ଦଳ ବିଷୟରେ କିଛି ଜାଣିନଥିବା କହିଛନ୍ତି ବିଜୟ ।

ମୁଖ୍ୟ ବିରୋଧୀ କିଏ ?

ପଞ୍ଚାୟତ ନିର୍ବାଚନରେ ବିଜେପି ମାତ୍ର ୪୨ ଆସନରେ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ୩୭ଟି ସିଟ୍ ଆସନ । ମୁଖ୍ୟ ବିରୋଧୀ କିଏ ଏନେଇ ଉଭୟ ଦଳ ବସି ନିଷ୍ପତ୍ତି କରନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

Leave a Reply