ଭୁବନେଶ୍ବର : କଟକ SCB ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଗୁରୁତର ଆହତଙ୍କ ଆରୋଗ୍ୟ କାମନା କରିବା ସହ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ଦାବି ସେ ଦାବି କରିଛନ୍ତି । କଟକ ମେୟର ଓ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ଘଟଣାସ୍ଥଳରେ ପହଂଚି ସହାୟତା ଯୋଗାଇବାକୁ ନିର୍ଦ୍ଦେଶ । SCB ମେଡିକାଲ ଯିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ।

