spot_img

Latest Posts

ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ: ନୂଆବର୍ଷରେ ନବୀନ ନିବାସରେ ନେତା ଓ କର୍ମୀଙ୍କ ଭିଡ଼

୨୦୨୬ରେ ପାଦ ଦେବା ମାତ୍ରେ ଲୋକପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇଥିଲେ ବିଜେଡି ନେତା ଓ କର୍ମୀ। ନବୀନଙ୍କୁ ଭେଟିବାକୁ ଲୋକାରଣ୍ୟ ହୋଇଥିଲା ନବୀନ ନିବାସ। ନବୀନଙ୍କୁ ଭେଟିଲେ, ଶୁଭେଚ୍ଛା ଜଣାଇଲେ ଓ ଆଶୀର୍ବାଦ ବି ନେଲେ। ସମସ୍ତେ ନବୀନ ପଟ୍ଟନାୟକ ଓ ରାଜ୍ୟବାସୀଙ୍କ ସୁଖସମୃଦ୍ଧି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ବିଜେଡି ନେତା ଓ କର୍ମୀ। ସେଥିଲାଗି ଦଳ ପାଇଁ ମନପ୍ରାଣ ଦେଇ କାମ କରିବାକୁ ମନ ବଳାଇଛନ୍ତି। ବିଜେଡି ପାଇଁ ୨୦୨୬ ଆହ୍ବାନର ବର୍ଷ ରହିବ। ଯାହାକୁ ସାମ୍ନା କରି ଦାୟିତ୍ବବାନ ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ସଜବାଜ ହେଉଛି ବିଜେଡି। ରାଜ୍ୟବାସୀଙ୍କ ସ୍ବାର୍ଥ ବିରୋଧରେ କାମ କରୁଥିବା ଦଳ ଗୁଡ଼ିକ ବିରୋଧରେ ସଂଗ୍ରାମ କରିବାକୁ ନୂଆ ବର୍ଷରୁ ଦୃଢ ମନସ୍ତ କରିଛି ବିଜୁ ଜନତା ଦଳ।

ଦଳର ବରିଷ୍ଠ ନେତାମାନଙ୍କ ସହ ଛାମୁଆ ସଂଗଠନ ବି ନବୀନ ପଟ୍ଟନାୟକଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି। ଓଡ଼ିଶାର ଜାଗ୍ରତ ପ୍ରହରୀ ଭାବେ ରାଜ୍ୟ ସୁରକ୍ଷା ପାଇଁ ଯୁବ ସମାଜ କାମ କରିବ। ନୂଆବର୍ଷରେ ନିଜ କାର୍ଯ୍ୟଶୈଳୀରେ ସୁଧାର ଆଣିବାକୁ ସରକାରଙ୍କୁ ଆହ୍ବାନ ଦିଆଯାଇଛି। ଏପରି ନହେଲେ ସଂଗ୍ରାମ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ବିଜେଡିର ଯୁବ ଓ ଛାତ୍ର ୱିଙ୍ଗ।ବିକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରି ଓଡ଼ିଶା ପାଇଁ ନୂତନ ଅଧ୍ୟାୟ ଲେଖିବାକୁ ବିଜେଡି ସରକାରଙ୍କ ପାଖରେ ଦାବି କରିଛି। ଖାସ କରି ମହିଳାଙ୍କ ସୁରକ୍ଷା ପାଇଁ ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଛି ବିଜୁ ଜନାତା ଦଳ।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥି ପାଇଁ ଆଜି ବିରୋଧୀରେ ଥିବା ସତ୍ତ୍ବେ ଦେଶର ସବୁଠାରୁ ଶକ୍ତିଶାଳୀ ଆଞ୍ଚଳିକ ଦଳ ହେବାରେ ସକ୍ଷମ ହୋଇପାରିଛି ବିଜୁ ଜନତା ଦଳ। ଏଥିଲାଗି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି।

Latest Posts

Don't Miss