ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ, ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦେଲେ ପ୍ରୋତ୍ସାହନ

1 min read

ଭୁବନେଶ୍ୱର: କଥା ରଖିଲେ ନବୀନ । ସାକାର ହେବ ସ୍ୱପ୍ନ । ରାଜ୍ୟର ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତର ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍ । ବିଜେଡି ରାଜ୍ୟ ପରିଷଦ ବୈଠକରେ ଏନେଇ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବକୁ ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରିଛନ୍ତି ।

Naveen Patnaik Keeps Promises, Seat Reservation For Govt School Students

ଫଳରେ ନିଟ୍ (NEET) ଏବଂ ଜେଇଇ (JEE) ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ପରେ ରାଜ୍ୟର ସରକାରୀ ହାଇସ୍କୁଲ ଓ କଲେଜମାନଙ୍କରେ ଉପରୋକ୍ତ ପାଠ୍ୟକ୍ରମରେ ହ୍ରାସ ପାଉଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବ ନାହିଁ । ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କର ଅଭାବ ନଥିବା ବେଳେ ଗ୍ରାମାଞ୍ଚଳରେ ଉପଯୁକ୍ତ କୋଚିଂ ସୁବିଧା ନଥିବାରୁ ଏହିସବୁ ପ୍ରତିଯୋଗୀତାମୂଳକ ପରୀକ୍ଷା ଗୁଡ଼ିକରେ ଭଲ ପ୍ରଦର୍ଶନ କରିପାରୁ ନଥିଲେ ।

ଏସବୁକୁ ନଜରରେ ରଖି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ସରକାରୀ ସ୍କୁଲ ମାନଙ୍କରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଅସମତାକୁ ସଂଶୋଧନ କରି ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତର ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସ୍ଥାନ ସଂରକ୍ଷଣ ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର । ଏହାକୁ ଆସନ୍ତା ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ଲାଗୁ କରିବା ପାଇଁ କ୍ୟାବିନେଟରେ ସଂକଳ୍ପ ଆଗତ ହୋଇଛି ।

Naveen Patnaik Keeps Promises, Seat Reservation For Govt School Students

ସଂକଳ୍ପ କ୍ୟାବିନେଟରେ ପାରିତ ହୋଇଥିବା ବେଳେ ଏହାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ ହେବ । ଏହି କମିଟିରେ ବିଶିଷ୍ଟ ଶିକ୍ଷାବିତଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ସଦସ୍ୟ ରହିବେ । ଏହି କମିଟି ୩ ମାସ ମଧ୍ୟରେ ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ । କମିଟିର ସୁପାରିସକୁ ଆଗାମୀ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ କରାଯିବ । କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

ଏଥିସହ ପଢ଼ନ୍ତୁ- କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସରକାରୀ ସ୍କୁଲ ପିଲାଙ୍କୁ ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ

Leave a Reply