ଦରବୃଦ୍ଧି ପ୍ରତିବାଦରେ ନବୀନଙ୍କ କଡ଼ା ସମାଲୋଚନା, ମୋହନ ମାଝୀ ସରକାର ମହଙ୍ଗା ମାଡ଼ ସରକାର
1 min readଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ । ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୋହନ ମାଝୀ ସରକାରଙ୍କୁ ମହଙ୍ଗା ମାଡ଼ ସରକାର ବୋଲି ନବୀନ କହିଛନ୍ତି । ବିକ୍ଷୋଭସ୍ଥଳରେ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଜୁନ ମାସରେ ବିଜେପି ସରକାର ଗଠନ ହେଲା । ସାତ ମାସ ହୋଇଗଲା କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ । ହେଲେ ଦରଦାମ ବଢ଼ି ବଢ଼ି ଚାଲିଛି । କିଛି ଆକ୍ସନ ନାହିଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହି ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି ହେଲେ ଲୋକଙ୍କ ସୁଖ ଦୁଃଖରେ ଏମାନଙ୍କ ସମ୍ପର୍କ ନଥିବା ଜଣା ପଡୁଛି । ଅତ୍ୟାବଶକୀୟ ଜିନିଷ ଦାମ ଆକାଶ ଛୁଆଁ ହେଲାଣି । ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଆଈ,ମାଆ ଗପ କହି ସରକାର ଖୁସି କରାଉଛନ୍ତି । ଲୋକଙ୍କ ବଞ୍ଚିବା କଷ୍ଟ ହେଇଗଲାଣି ।
ଅଦିନିଆ ବର୍ଷା ପାଇଁ ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛି । ଦରଦାମ ବୃଦ୍ଧି ସହିତ ଅଦିନିଆ ବର୍ଷା ବୋଝ ଉପରେ ନଳିତା ବିଡା ସଦୃଶ ପାଲଟିଯାଇଛି । ଦରଦାମ ବୃଦ୍ଧି ପାଇଁ ହାଣ୍ଡିଶାଳରେ ମାଆମାନେ କାନ୍ଦୁଥିବା ବେଳେ ଫସଲ ନଷ୍ଟ ଦୁଃଖରେ ଚାଷୀ କାନ୍ଦୁଛନ୍ତି । ହେଲେ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି । ମିଛ କଥା ଓ ମିଛ ପ୍ରତିଶୃତି ଦେଇ ଏହି ସରକାର କ୍ଷମତାକୁ ଆସିଛି । ବିଜେଡି ଠାରୁ କମ ଭୋଟ ପାଇକି ସରକାରକୁ ଆସିଛି । ଡବଲ ଇଂଜିନର ଡବଲ ମାଡ । ସବୁ ଜିନିଷ ରେ GST । ଗରିବ ଲୋକ ବେଶୀ GST ଦେଉଛନ୍ତି । ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ କିନ୍ତୁ ଫିଲ୍ମ ରିଲିଜ ବେଳକୁ MM ସରକାର ମାନେ ମହଙ୍ଗା ମାଡ ସରକାର । ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ଏମାନଙ୍କ ଅସଲ ଚେହେରା ଖୋଲି ଦେବ ।