ଭାରତ ସହ ତାଳ ଦେଇ ଚାଲିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପୁରଠୁ ପଲ୍ଲୀ ସବୁଠୁ ତ୍ରିରଙ୍ଗା ଉଡ଼ୁଛି । ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଥିେ । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ  ଭାରତୀୟ  ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।  ଏହି ପବିତ୍ର  ଅବସରରେ   ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଆଜି ସାରା ଦେଶ  ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ  କରୁଛି ।

ଜଣେ  ଭାରତୀୟ  ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ  ନେତୃତ୍ୱରେ  ଆମେ ସ୍ୱାଧୀନତା ହାସଲ  କରିଛୁ ।

ଏହି ଅବସରରେ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର  ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କୋଭିଡ଼ ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମର ସ୍ବାଧୀନତା ଥିଲା କୋଟି  କୋଟି ଭାରତୀୟ ମାନଙ୍କ ବିଜୟ । ଗତ ୭୫ ବର୍ଷରେ ଦେଶ  ଅନେକ ମାଇଲ ଷ୍ଟୋନ ହାସଲ କରିଛି ।

କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି । ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡିଶା  ଅନେକ ଲ୍ୟାଣ୍ଡମାର୍କ ହାସଲ କରି ଦେଶକୁ ରାସ୍ତା ଦେଖାଇଛି । ଓଡିଶାରେ ଆଜି ଟ୍ରାନ୍ସଫର୍ମେସନ ନୂଆ ଯୁଗ ଆରମ୍ଭ ହୋଇଛି। ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ ନିଅଣ୍ଟିଆ ରାଜ୍ୟରୁ ଏକ ଖାଦ୍ୟଶସ୍ୟରେ ଭରପୁର ରାଜ୍ୟ ହେବା, ବିପର୍ଯ୍ୟୟ ମୁକାବିଲାରେ ବିଶ୍ବ ପାଇଁ ଆଦର୍ଶ ସୃଷ୍ଟି କରିବା,  ସ୍ପୋର୍ସ ହବ ଭାବରେ ପରିଚୟ ସୃଷ୍ଟି କରିବା ଓ , ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି ଲ୍ୟାଣ୍ଡମାର୍କ ଆମ ଓଡିଶାର ଜୟଯାତ୍ରାର ପ୍ରତୀକ।

ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ  ଯଦି  ଦିନର ଅଳ୍ପ  କିଛି  ସମୟ  ଦେଶ  ପାଇଁ ଦେଇପାରିବା  ତେବେ ଆମେ ବହୁତ  ବଡ଼ ପରିବର୍ତ୍ତନ ଆଣି ପାରିବା । ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର ଶତବାର୍ଷିକ ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ ।  ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ  ଯଦି  ଦିନର ଅଳ୍ପ  କିଛି  ସମୟ  ଦେଶ  ପାଇଁ ଦେଇପାରିବା  ତେବେ ଆମେ ବହୁତ  ବଡ଼ ପରିବର୍ତ୍ତନ ଆଣି ପାରିବା । । ଜୟ ହିନ୍ଦ ।

ଏହି ଅବସରରେ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହ ବୁଲି ଦେଖିଲେ ନବୀନ ପଟ୍ଟନାୟକ । `ଅହିଂସା ରଥ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଅକ୍ଟୋବର ୨ ଯାଏ ବିଭିନ୍ନ ଜିଲ୍ଲା ବୁଲିବ ଏହି `ଅହିଂସା ରଥ’ ।