ରାଷ୍ଟ୍ରପତିଙ୍କୁ ଅଭିନନ୍ଦିନ ଜଣାଇଲେ ନବୀନ, କହିଲେ- ମାଟିର ଝିଅ ଦେଶର ସର୍ବୋଚ୍ଚ ଆସନରେ ବସିଥିବାରୁ ଆମେ ସମସ୍ତ ଗର୍ବିତ
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ମହାମହିମ ରାଷ୍ଟ୍ରପତିଙ୍କ ସମ୍ବୋଧନ ଅବସରରେ ନିଜ ବକ୍ତବ୍ୟ ରଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାଟିର ଝିଅ ଦେଶର ସର୍ବୋଚ୍ଚ ଆସନରେ ବସିଥିବାରୁ ଆମେ ସମସ୍ତେ ଗର୍ବିତ ହୋଇ କହିଛନ୍ତି ନବୀନ । ଜୟ ଜଗନ୍ନାଥ କହି ନବୀନ ବକ୍ତବ୍ୟ ଆରମ୍ଭ କରିବା ସହ ଓଡ଼ିଶା ବିଧାନସଭା ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିବା ସମସ୍ତଙ୍କ ପାଇଁ ସମ୍ମାନର ବିଷୟ ବୋଲି ନବୀନ କହିଛନ୍ତି ।
ନବୀନ କହିଛନ୍ତି, ୨୫ ବର୍ଷ ତଳେ ଏହି ଓଡ଼ିଶା ବିଧାସନଭାରୁ ମହାମହିମ ଆରମ୍ଭ କରିଥିଲେ ଜନପ୍ରତିନିଧି ଯାତ୍ରା । ଆଜି ସେ ଦେଶର ରାଷ୍ଟ୍ରପତି ହୋଇ ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି । ଆମେ ସମସ୍ତେ ଏଥିପାଇଁ ଗର୍ବିତ । ଆମ ଦେଶ ଆଜି ବହୁତ ଆହ୍ବାନ ଦେଇ ଗତି କରୁଛି । ଭାଷା ଭିତରେ ଓଡ଼ିଶା ଦେଶର ପ୍ରଥମ ସ୍ବତନ୍ତ୍ର ରାଜ୍ୟ ଭାବେ ଗଢ଼ିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ଯାହାକି ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଆଜି ଓଡ଼ିଶା ଦୁର୍ବିପାକ ମୁକିବିଲା, ନାରୀ ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟସେବାରେ ସଂସ୍କାର, ଜଳବାୟୁ ସହନଶୀଳ ଶିଳ୍ପ ବିକାଶକୁ ଗୁରୁତ୍ବ ଦେଇ ବିକାଶ କରିପାରିଛି । ଆମର ଦୁର୍ବିପାକ ମୁକାବିଲା ନୀତି ସବୁଆଡ଼େ ପ୍ରଶଂସିତ ହୋଇଛି । ଏପରିକି ଜାତିସଂଘ ମଧ୍ୟ ଏହାକୁ ପ୍ରଶଂସା କରିଛି । ଓଡ଼ିଶା ହେଉଛି ପ୍ରାକୃତିକ ଖଣିଜ ସମ୍ପଦ ଓ ପ୍ରାଣୀ ସମ୍ପଦ ଭରା ରାଜ୍ୟ ।
ବିଭିନ୍ନତା ମଧ୍ୟରେ ଐକ୍ୟ ଭାରତର ବିଶେଷତ୍ବ । ଏହା ଅଦ୍ବିତୀୟ । ଦେଶ ବର୍ତ୍ତମାନ ଅନେକ ଆହ୍ବାନ ଭିତରେ ଗତି କରୁଛି । ଭାଷା, ଜୀବନ ଶୈଳୀ, ତଥା, ସଂସ୍କୃତି ଭାରତୀୟତାକୁ ସମୃଦ୍ଧ କରିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

