ଆଜି ଦୁଇଟି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନବୀନଙ୍କ ମିଶନ ଉପକୂଳ । ଆଜି ଉପକୂଳ ଓଡ଼ିଶାର ୨ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ୩ଟି ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିବ ନବୀନ ଶୋ ।

ପ୍ରଥମେ ସକାଳ ୧୦ଟା ୪୫ରେ ମୁଖ୍ଯମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇ ବିଶାଳ ଜନସଭାକୁ ସମ୍ବୋଧନ ଦେବେ । ସେଠାରୁ ପାରାଦୀପ ଆସି ପ୍ରଚାର କରିବା ସହ ଶେଷରେ ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳିକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିବେ । ଆସନ୍ତା ଜୁନ ପହିଲାରେ ଏହି ନିର୍ବାଚନଣ୍ଡଳି ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ ।

ନବୀନଙ୍କ ଗସ୍ତକୁ ନେଇ ବିଜେଡି ମଧ୍ଯରେ ଜୋସ୍ ଦେଖିବାକୁ ମିଳୁଥିବାବେଳେ ଜନସାଧାରଣ ନବୀନଙ୍କ ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ।