ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗ : ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ

ଭୁବନେଶ୍ୱର : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବ ସରକାରଙ୍କ ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ ବୋଲି କହି କଟାକ୍ଷ କରିଛନ୍ତି । ବିଜେଡି ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି । ଏହା ବହୁତ ଦୁଃଖର କଥା । ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି । ଏହା ଅତି ଗମ୍ଭୀର ପ୍ରସଙ୍ଗ କହି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି ।