ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କଲେ ନବୀନ, ଇପସିତାଙ୍କୁ ଛାତ୍ର ବିଜେଡି ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ବିଜୁ ଛାତ୍ର ଜନତା ଦଳ ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ନାଁ ଘୋଷଣା କରିଛନ୍ତି । ଏଥିରେ ୬ ଜଣ ନେତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ ।

ଇପସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ସାହିପରି ଚିନ୍ମୟ ସାହୁ ହୋଇଛନ୍ତି ଯୁବ ବିଜେଡି ସଭାପତି ।

୪ ଜଣ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ବ ଦେଇଛନ୍ତି ନବୀନ । ଦେବେଶ ଆଚାର୍ଯ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ହୋଇଥିବା ବେଳେ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ମିଳିଛି ସାଧାରଣ ସମ୍ପାଦକ ଦାୟିତ୍ବ । ସେହିପରି ଶୁଭାଶିଷ ଖୁଣ୍ଟିଆ ଏବଂ ସୌଭିକ ବିଶ୍ବାଳଙ୍କୁ ସାଧାରଣ ସମ୍ପାଦକ କରିଛନ୍ତି ନବୀନ ପଟ୍ଟନାୟକ ।