ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ମଡେଲ ପୁଣି ଚର୍ଚ୍ଚାରେ…
ନନ୍ଦିଘୋଷ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ମଡେଲ ପୁଣି ଚର୍ଚ୍ଚାରେ । ବିଧାନସଭାରେ ରାଜ୍ୟସ୍ବ ବିପର୍ଯ୍ୟୟ ପରିଚାଳନା ଖର୍ଚ୍ଚ ଦାବି ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ସ୍ବତନ୍ତ୍ର ନାଁ ରହିଛି । ପୂର୍ବ ସରକାର ଅନେକ ଭଲ କାମ କରିଛନ୍ତି । ଆମେ ତାକୁ ଗ୍ରହଣ କରୁଛୁ । ଏବେକାର ସରକାର ଏହାକୁ ଆଗେଇ ନେଉଛନ୍ତି । ବାତ୍ୟା ଦାନାକୁ ଆମେ ଦାନା ବାନ୍ଧିବାକୁ ଦେଲୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ୨୪ ବର୍ଷ ଶାସନରେ ପ୍ରାକୃତିକ ବିପର୍ଯ୍ୟୟ ମୁକିବିଲା ପାଇଁ ଓଡ଼ିଶା ପୂରା ବିଶ୍ବ ପାଇଁ ରୋଲ ମଡେଲ ସାଜିଥିଲା । ବିପର୍ଯ୍ୟୟ ସମୟରେ ଜିରୋ କାଜ୍ବାଲିଟି ମିଶନକୁ ୟୁଏନ ସହ ଜାତୀୟ ସ୍ତରରେ ସାବାସି ମିଳିଛି । କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାକୁ ବାରମ୍ବାର ପ୍ରଶଂସା କରିଛନ୍ତି । ପୂରା ବିଶ୍ବକୁ ଓଡ଼ିଶା ବିପର୍ଯ୍ୟୟ ମୁକାବିଲାର ମନ୍ତ୍ର ଶିଖାଇଛି । ତେଣୁ ରାଜସ୍ବମନ୍ତ୍ରୀ ନୁହେଁ ଓଡ଼ିଶାର ଆଗୁଆ ମୁକାବିଲାକୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି ବୋଲି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି । କଂଗ୍ରେସ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି । ଜାତିସଂଘ ଠାରୁ ଆରମ୍ଭ କରି ଓଡ଼ିଶା ବିଧାନସଭାରେ ନୀବନଙ୍କ ବିପର୍ଯ୍ୟୟ ମୁକାବିଲା ସବୁ ବେଳେ ଚର୍ଚ୍ଚାରେ ରହିଛି ।