ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ

1 min read

ନୂଆଦିଲ୍ଲୀ : ପୁଣି ଜାତୀୟ ସ୍ତରରେ ଝଟକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍‌ ଅଫ ଦି ନେସନ ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଥାନ ଅଳଙ୍କୃତ କରିଛନ୍ତି ନବୀନ । ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ୬୧ ଦଶମିକ ୩ ପ୍ରତିଶତ ସମର୍ଥନ ମିଳିଛି । ନିରବଚ୍ଛିନ୍ନ ଭାବେ ୨୦୦୦ ମସିହାରୁ ଏଯାଏ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ସୁଶାସନ, ବିକାଶ, ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ବାରମ୍ବାର ଏକ ନମ୍ବର ହୋଇଆସୁଛନ୍ତି । ମୋ ସରକାର, ଫାଇଭ-ଟି ରୂପାନ୍ତରଣ ଜରିଆରେ ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ନବୀନ । ସ୍ବାସ୍ଥ୍ୟସେବା, ଶିକ୍ଷା, ସ୍ବଚ୍ଛତା, କ୍ରୀଡ଼ା ଆଦି ସମସ୍ତ କ୍ଷେତ୍ରରେ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ହୃଦୟରେ ଯୋଡ଼ିହୋଇ ରହିଛନ୍ତି ନବୀନ ।Odisha CM Naveen Patnaik launches 'mask abhiyan' against Covid-19

ବିଶ୍ବକପ୍‌ ହକିର ସଫଳ ଆୟୋଜନ, ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ ନିର୍ମାଣ ଆଦିରେ ସାରା ବିଶ୍ବରେ ବି ଶ୍ରେୟ ନେଇଛନ୍ତି ନବୀନ । ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ତାଙ୍କୁ ୫୯ ଦଶମିକ ୧ ପ୍ରତିଶତ ସମର୍ଥନ ମିଳିଛି । ତୃତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ତାଙ୍କୁ ମିଳିଛି ୫୭ ଦଶମିକ ୭ ପ୍ରତିଶତ ସମର୍ଥନ। ଚତୁର୍ଥ ସ୍ଥାନରେ ଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ପଞ୍ଚମ ସ୍ଥାନରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।