ଆଜିଠୁ ୫ ଦିନିଆ ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକ, ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ନବୀନ

1 min read

ସମ୍ବଲପୁର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ଆଜିଠୁ ଆରମ୍ଭ ହେଉଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା । ସମ୍ବଲପୁର ରେଳ ଷ୍ଟେସନରୁ ଆଗ୍ରା-ମଥୁରା-ବୃନ୍ଦାବନ ଅଭିମୁଖେ ଯିବେ ବରିଷ୍ଠ ନାଗରିକ । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ସ୍ବତନ୍ତ୍ର ବସ୍‌ ଯୋଗେ ସମ୍ବଲପୁରରେ ପହଞ୍ଚିଛନ୍ତି ବରିଷ୍ଠ ନାଗରିକ । ଆଜି ଏହି ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2019-20 ବର୍ଷ ପାଇଁ ବରିଷ୍ଠ ନାଗରିକ ଆବେଦନ କରିଥିଲେ I ହେଲେ କରୋନା ପାଇଁ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା ।

ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ଭାବେ ସ୍ବାଗତ କରି ସ୍ବତନ୍ତ୍ର ବସ୍‌ରେ ସମ୍ବଲପୁରରୁ ପଠାଯାଇଛି । ଆଜି ସମ୍ବଲପୁରରୁ ବାହାରିବ ତୀର୍ଥଯାତ୍ରୀ ଟ୍ରେନ୍ । ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ବୃନ୍ଦାବନ, ମଥୁରା ଓ ଆଗ୍ରା ବୁଲି ଭଗବାନଙ୍କ ଦର୍ଶନ କରିବେ ବରିଷ୍ଠ ନାଗରିକ I ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବରିଷ୍ଠ ନାଗରିକ ମାନେ ତୀର୍ଥ ବାହାରି ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେଇଛନ୍ତି I