ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ଲାଗି ଜୋସ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ବିରାଟ ରୋଡ ସୋରେ ହେଲେ ସାମିଲ। ନବୀନଙ୍କ ରୋଡ ଶୋ’ରେ ଅସମ୍ଭାଳ ଭିଡ । ପ୍ରିୟ ନେତାଙ୍କୁ ଦେଖି ଖୁସିରେ ଆତ୍ମହରା ନୂଆପଡ଼ା ନିର୍ବାଚନ ମଣ୍ଡଳୀବାସୀ। ରୋଡ ସୋରେ ସାମିଲ ହୋଇଛନ୍ତି ଶହ ଶହ କର୍ମୀ ଓ ନେତା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିବା ସହ କର୍ମୀଙ୍କ ନିକଟରେ ଉତ୍ସାହ ଭରିଥିଲେ ବିଜେଡି ସୁପ୍ରିମୋ। ନୂଆପଡ଼ାରେ ପ୍ରଚାର ଜୋର ଧରିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଲାଗି ବଢ଼ିବାରେ ଲାଗିଛି ସମର୍ଥନର ବର୍ଷା। ବିକାଶ ହୋଇଛି ପ୍ରମୁଖ ପ୍ରସଙ୍ଗ। ନବୀନ ସରକାର ସମୟରେ ହୋଇଥିବା ନୂଆପଡ଼ାର ବିକାଶକୁ ଆୟୁଧ କରିଛନ୍ତି ସ୍ନେହାଙ୍ଗିନୀ।

