ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନବୀନ ପାଇଛନ୍ତି ଅନେକ ସମ୍ମାନ

1 min read

ଭୁବନେଶ୍ୱର : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେ ପାଇଛନ୍ତି ଅନେକ ସମ୍ମାନ। ଜାତିସଂଘ, ବିଶ୍ୱ ଖାଦ୍ୟ ପ୍ରତିଷ୍ଠାନ ପରି ଅନ୍ତର୍ଜାତୀୟ ସଂସ୍ଥା ବି ନବୀନଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇଛନ୍ତି, ସ୍ୱୀକୃତି ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୧୩ ମସିହାରେ ଜାତିସଂଘ ନବୀନଙ୍କୁ ପୁରସ୍କାର ପ୍ରଦାନ କରିଛି। ୨୦୧୭ ମସିହାରେ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବରେ ନବୀନଙ୍କୁ ସମ୍ମାନିତ କରିଛି ‘ଆଉଟଲୁକ୍‌‌’। ୨୦୧୮ରେ ତାଙ୍କୁ ଦେଶର ସବୁଠୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ୨୦୧୮ରେ ଓଡ଼ିଶା ହକି ବିଶ୍ୱକପ୍‌‌ ଆୟୋଜନର ସଫଳତା ନିମନ୍ତେ ଅନ୍ତର୍ଜାତୀୟ ହକି ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତାପୂର୍ଣ୍ଣ ସମ୍ମାନ ପ୍ରଦାନ କରିଛି। ୨୦୨୦ରେ ଭାରତୀୟ କମ୍ପ୍ୟୁଟର ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ସିଏସ୍‌‌ଆଇ ଇ-ରତ୍ନ ପୁରସ୍କାର। ମହାମାରୀ କାଳରେ ବୁଲା ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରି ମାନବୀୟତାର ପରିଚୟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ‘ପେଟା’ ପକ୍ଷରୁ ‘ହିରୋ ଟୁ ଆନିମଲ୍‌‌ ଆୱାର୍ଡ’ ପ୍ରଦାନ କରାଯାଇଛି। ୨୦୨୨ରେ ଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ୍‌‌ ଜାତୀୟ ପୁରସ୍କାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।PR-SK4_8765 – Odisha Diary, Latest Odisha News, Breaking News Odisha

ଏହାବ୍ୟତୀତ ବିଭିନ୍ନ ସମୟରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ନିଜ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସୂଚୀ ଆଦିରେ ମୁଖ୍ୟମନ୍ତ୍ରୀ ଅନେକ ବାର ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି। କେବଳ ସେତିକି ନୁହେଁ ନବୀନ ଦୁର୍ନୀତିକୁ ବିରୋଧ କରିବା ପ୍ରଥମ କର୍ତ୍ତବ୍ୟ ନବୀନଙ୍କ ପାଇଁ । ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଯୁକ୍ତ ଯେତେ ପ୍ରଭାବଶାଳୀ ହୁଅନ୍ତୁ ପଛେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସର୍ବଭାରତୀୟ ସେବାର ଅଧିକାରୀ ହୁଅନ୍ତୁ କିମ୍ବା ଦଳୀୟ ବିଧାୟକ, କେହି ଏଥିରୁ ବର୍ତ୍ତି ପାରି ନାହାନ୍ତି। କାହାକୁ ଚାକିରିରୁ ବହିଷ୍କାର କରାଯାଇଛି, କାହାର ପେନସନ ବନ୍ଦ ହୋଇଛି, କାହାର ସମ୍ପତ୍ତି ଜବତ ହୋଇଛି। ଦୁର୍ନୀତି ବିରୋଧରେ ନବୀନଙ୍କ ଏହି ବେସାଲିସ୍‌‌ ମନୋଭାବ ରାଜ୍ୟରେ ପ୍ରଶାସନିକସ୍ତରରେ ଆଣିଛି ପରିବର୍ତ୍ତନ।