ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ : ଦେବୀ ମିଶ୍ର

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଦିନ ୧୦ଟାରେ ମୁମ୍ବାଇ ପାଇଁ ବାହାରିବେ ନବୀନ ପଟ୍ଟନାୟକ । ମୁମ୍ବାଇରେ ଚିକିତ୍ସା ଚାଲିବ । ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ଦେଶର ଅନେକ ରାଜନୈତିକ ଦଳ ତାଙ୍କୁ ସମ୍ମାନ କରନ୍ତି । ନେତାମାନେ ତାଙ୍କ ସହ ବିମାନ ବନ୍ଦର ଯାଇ ପାରନ୍ତି । ମୁମ୍ବାଇରେ ଡାକ୍ତର ରମାକାନ୍ତ ପଣ୍ଡା କୋର୍ଡିନେଟ କରୁଛନ୍ତି । ଶ୍ରୀଜଗନ୍ନାଥଙ୍କ କରୁଣା ତାଙ୍କ ପ୍ରତି ଅଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ସେହିପରି ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ନିଜର ପରିବାର ସଦସ୍ୟ ବୋଲି ଗ୍ରହଣ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି । ନବୀନ ବାବୁଙ୍କ ଦେହ ଖରାପ କଥା ଶୁଣି ଲୋକେ ଚିନ୍ତିତ ଅଛନ୍ତି । ସମସ୍ତେ ସେ ତୁରନ୍ତ ସୁସ୍ଥ ହୋଇ ଫେରନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଅତୁଟ ରହିଛି । ସେ ବି ଓଡିଶାବାସୀଙ୍କୁ ନିଜର ପରିବାର ଭାବି କାମ କରୁଛନ୍ତି । ସେ କ୍ଷମତାରେ ଥାଆନ୍ତୁ କି ବିରୋଧୀ ଦଳରେ, ସବୁବେଳେ ଲୋକସେବାକୁ ଗୁରୁତ୍ବ ଦିଅନ୍ତି ବୋଲି କହିଛନ୍ତି ପ୍ରଶାନ୍ତ ।