ସାରା ଓଡ଼ିଶାରେ ପୁଣି ନବୀନ କ୍ରେଜ୍

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୁଣି ନବୀନ ଲହର। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଓଡ଼ିଶାରେ ପୁଣି ଖେଳିଯାଇଛି ନବୀନ କ୍ରେଜ୍। ପୁଣିଥରେ ନବୀନ ପଟନାୟକ ଓଡ଼ିଶାର ନେତୃତ୍ୱ ନିଅନ୍ତୁ ବୋଲି ଜୋରସୋରରେ ଉଠିଲାଣି ସ୍ଵର। ନବୀନ ସୁସ୍ଥ ହେବା ପରେ ନେତା ଓ ଜନତା ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଭରିଯାଇଛି।

ହସ୍ପିଟାଲ ଛାଡିଲେ ନବୀନ। ଓଡ଼ିଶା ଫେରିବାକୁ ନେଇ ବଢୁଛି ଉତ୍କଣ୍ଠା। ନେତା ଓ ଜନତାଙ୍କ ମନରେ ଖୁସିର ଲହରୀ। ନେତୃତ୍ଵ ନେବାକୁ ଉଠିଲାଣି ସ୍ଵର। ନବୀନ ପଟ୍ଟନାୟକ, ଓଡିଶା ଲୋକଙ୍କ ଇମୋସନ। ଓଡିଶାବାସୀଙ୍କ ସୁଖ ଦୁଃଖର ସାଥୀ।ଓଡିଶାବାସୀ ମଧ୍ୟ ନବୀନଙ୍କ ସହ ସବୁବେଳେ ରହିଛନ୍ତି। ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ ପରେ ଓଡିଶାବାସୀଙ୍କ ମନରେ ଖେଳିଯାଇଛି ଉତ୍ସାହ।

୨୪ ବର୍ଷ ଶାସନରେ ନବୀନଙ୍କ ଓଡିଶା ପ୍ରତି ଅବଦାନକୁ ଝୁରୁଛନ୍ତି ଲୋକେ। କହୁଛନ୍ତି, ନବୀନଙ୍କ ନେତୃତ୍ଵ ଥିଲେ ଆଜି ଓଡ଼ିଶାର ଅବସ୍ଥା ଏଭଳି ହୁଅନ୍ତାନି। ନବୀନଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅତୁଟ ରହିଛି କହିଛନ୍ତି ଦଳର ବରିଷ୍ଠ ନେତା। ଓଡିଶାବାସୀଙ୍କ ଗୋଟିଏ ଇଚ୍ଛା, ନବୀନ ବାବୁ ଯେମିତି ଓଡ଼ିଶାର ନେତୃତ୍ଵ ନେଉଥିଲେ ସେମିତି ନିଅନ୍ତୁ। ଓଡ଼ିଶାର ସମସ୍ୟା ଆଉ ରହିବନି। ନବୀନ ସମ୍ପୂର୍ଣ ସୁସ୍ଥ ହୋଇଥିବାରୁ ଲୋକେ ଓ ବିଜେଡି ନେତାମାନେ ଉତ୍ସାହିତ।ଡିସଚାର୍ଜ ଖବର ଶୁଣି ଓଡିଶାବାସୀଙ୍କ ମନରେ ବଢିଛି ଉତ୍ସାହ। ନବୀନଙ୍କ ପ୍ରତି ଓଡିଶାବାସୀଙ୍କ ଯେଉଁ ଶ୍ରଦ୍ଧା ତାହା କଳ୍ପନା କରିହେବ ନାହିଁ। ସାରା ଦେଶରେ ନବୀନ ପଟନାୟକ ସବୁଠାରୁ ଲୋକପ୍ରିୟ ନେତାଭାବେ ପରିଗଣିତ। ପୁଣି ବିଜେଡି ଓଡ଼ିଶାରେ ଶକ୍ତିଶାଳି ଦଳ ଭାବେ ଛିଡା ହେବ। ଲୋକମାନେ ସ୍ୱତଃପ୍ରବୃତ ଭାବେ ତାଙ୍କ ନେତାଙ୍କୁ ଦେଖିବା ପାଇଁ ଭିଡ ଜମାଇବେ ।

ନବୀନଙ୍କ ନେତୃତ୍ବରେ ୨୪ ବର୍ଷ ଧରି ଓଡିଶାର ବିକାଶ ବିଭିନ୍ନ କ୍ଷେତ୍ରରେ ଶୀର୍ଷରେ ରହିଥିଲା। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ଶିକ୍ଷା, ଦେଶରେ ରୋଲ୍ ମଡେଲ ସାଜିଥିଲା ଓଡ଼ିଶା। ବିଜୁ ସ୍ଵାସ୍ଥ୍ୟ କାର୍ଡ ଠାରୁ ଆରମ୍ଭ କରି ଶିଳ୍ପାୟନ ଯାଏ ନବୀନଙ୍କ ଅବଦାନକୁ ଝୁରୁଛନ୍ତି ଓଡ଼ିଶାବାସୀ।ଖାସ୍ ସେଥିପାଇଁ ନବୀନଙ୍କ ସୁସ୍ଥ ହେବା ଖବର ଓଡିଶାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି…

ମୁଖ୍ୟମନ୍ତ୍ରୀ ହେଉକି  ବିରୋଧୀ ଦଳ ନେତା ସବୁବେଳେ ଓଡିଶାବାସୀଙ୍କ ଚିନ୍ତା କରନ୍ତି ନବୀନ। ଓଡିଶାବାସୀ କିପରି ଖୁସିରେ ରହିବେ, ଓଡ଼ିଶା ବିକାଶ ଦିଗରେ କିପରି ଆଗେଇବ ସେ ଚିନ୍ତା କରିଥାନ୍ତି। ଯେଉଁଥିପାଇଁ ଓଡିଶାବାସୀଙ୍କ ହୁଦୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ନବୀନ।