ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read
Naveen Congratulations women hockey players For Argentina Tour 2021

ଭୁବନେଶ୍ୱର: କରୋନା ପାଇଁ ବର୍ଷକ ପରେ ଆରମ୍ଭ ହୋଇଛି ଖେଳ । ଆଜି ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଅଭିମୁଖେ ଯାତ୍ରା କରିଛି । କରୋନା କାଳରେ ଦେଶ ବାହାରେ ଭାରତୀୟ ମହିଳା ହକି ଦଳର ଏହା ପ୍ରଥମ ମ୍ୟାଚ୍ । ହକି ଇଣ୍ଡିଆ ପକ୍ଷରୁ ୨୫ ଜଣିଆ ମହିଳା ଦଳ ଆର୍ଜେଣ୍ଟିନା ଟୁର୍ ପାଇଁ ଘୋଷଣା କରାଯାଇଛି । ଏହି ଟିମରେ ୪ ଜଣ ଓଡ଼ିଆ ଝିଅ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୨୫ ଜଣିଆ ଭାରତୀୟ ମହିଳା ହକି ଦଳର ନେତୃତ୍ୱ ରାନୀ ନେଉଛନ୍ତି । ଏହି ଟିମରେ ୪ ଓଡ଼ିଆ ଝିଅ ଦୀପ୍ ଗ୍ରେସ୍ ଏକ୍କା, ଲିଳୀମା ମିଞ୍ଜ, ନମିତା ଟପ୍ପୋ ଓ ରଶ୍ମିତା ମିଞ୍ଜ ସାମିଲ୍ ଅଛନ୍ତି । ଭାରତୀୟ ମହିଳା ହକି ଟିମ୍ ଆର୍ଜେଣ୍ଟିନା (ଜୁନିଅର ମହିଳା) ବିପକ୍ଷରେ ଜାନୁଆରୀ ୧୭ରେ ଓ ୧୯ ତାରିଖରେ ୨ଟି ଖେଳିବ । ସେହିଭଳି ଆର୍ଜେଣ୍ଟିନା ବି ଟିମ୍ ବିରୋଧରେ ଜାନୁଆରୀ ୨୨ ଓ ୨୪ରେ ୨ଟି ମ୍ୟାଚ୍ ଖେଳିବ ଭାରତ । ଜାନୁଆରୀ ୨୬, ୨୮, ୩୦ ଓ ୩୧ ତାରିଖରେ ଭାରତ-ଆର୍ଜେଣ୍ଟିନା ମଧ୍ୟରେ ୪ଟି ମ୍ୟାଚ୍ ଖେଳାଯିବ ।

ଭାରତ ଛାଡ଼ିବାର ୭୨ ଘଣ୍ଟା ପୂର୍ବରୁ ଭାରତୀୟ ମହିଳା ହକି ଦଳର ଖେଳାଳି ଓ ଅନ୍ୟ କର୍ମକର୍ତ୍ତାଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଆର୍ଜେଣ୍ଟିନା ପହଞ୍ଚିବା ପରେ ଖେଳାଳି ଓ ଅନ୍ୟ କର୍ମକର୍ତ୍ତା କ୍ୱାରେଣ୍ଟାଇନରେ ରହିବେ ।

Leave a Reply