ମଡର୍ଣ୍ଣ ବୁକ୍ ଡିପୋରୁ ୨ଟି ବହି କିଣିଲେ ନବୀନ

1 min read

ଭୁବନେଶ୍ବର: ବୁକ୍ ଷ୍ଟୋରରେ ପୁସ୍ତକପ୍ରେମୀ ନବୀନ। ମାସେ ଧରି ମାରାଥନ୍ କ୍ଯାମ୍ପେନ୍ ପରେ ଆଜି ନିର୍ବାଚନୀ ଟେନସନର ଓହ୍ଲାଇଥିଲେ ମୁଖ୍ଯମନ୍ତ୍ରୀ ନବୀନ। ରାତି ପାହିଲେ ଭୋଟ୍ ଦେବେ ୬ ଲୋକସଭା କ୍ଷେତ୍ରର ଭୋଟର। ଆଉ ନେତାଙ୍କର କିଛି ଭୂମିକା ନାହିଁ। ରେଜଲ୍ଟ ପର୍ଯ୍ଯନ୍ତ ଏବେ ରିଲାକ୍ସ ପାଇଁ ଫୁରୁସତ ମିଳିଛି। ତେଣୁ ଏହି ସମୟକୁ ହାତଛଡ଼ା କରି ନାହାଁନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ଯା ସାଢେ ସାତଟା ବେଳେ ମାଷ୍ଟରକ୍ଯାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ ଡିପୋରେ ପହଞ୍ଚିଥିଲେ ନବୀନ। ସାଥୀରେ ଥିଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍। ଗାଡ଼ିରୁ ଓହ୍ଲାଇ କମନମ୍ଯାନ୍ ଷ୍ଟାଇଲରେ ବୁକ ଷ୍ଟୋର ଭିତରକୁ ଯାଇଥିଲେ ମୁଖ୍ଯମନ୍ତ୍ରୀ।

ସ୍ମିତହାସ୍ଯ ସହ ବେଶ ଫୁର୍ତ୍ତି ଥିଲେ ମୁଖ୍ଯମନ୍ତ୍ରୀ। ପ୍ରାୟ ଏକ ମାସର ବ୍ଯସ୍ତବହୁଳ ନିର୍ବାଚନ ପ୍ରଚାର ଲାଗି ୪୦ ଡିଗ୍ରୀ ତାପମାତ୍ରାକୁ ଭୃକ୍ଷେପ କରି ନଥିବା ନବୀନ ଆଜି ବହି ଲାଗି ସମୟ ବାହାର କରିବା ସମସ୍ତଙ୍କ ଲାଗି ଚର୍ଚ୍ଚାର କାରଣ ସୃଷ୍ଟି କରିଥିଲା। ବୁକ ଷ୍ଟଲରୁ ମୁଖ୍ଯମନ୍ତ୍ରୀ କିଣିଥିଲେ ଦେବବ୍ରତ ସ୍ବାଇଁଙ୍କ ଦ୍ବାରା ରଚିତ ସିକ୍ରେଟ୍ସ ଅଫ୍ ଶିମିଳିପାଳ ଏବଂ ଚାର୍ଲ୍ସ ଆଲେନଙ୍କ ଲିଖିତ ପୁସ୍ତକ ଆରିୟନ୍ସ। ପ୍ରକୃତିପ୍ରେମୀ ଭାବେ ଜଣାଶୁଣା ନବୀନ ବି ପ୍ରମାଣିତ କରିଥିଲେ ପୁସ୍ତକକୁ ସେ କେତେ ଭଲ ପାଆନ୍ତି। ନବୀନ କେବଳ ଜଣେ ରାଜନେତା ନୁହନ୍ତି ଜଣେ ଆନ୍ତର୍ଜାତିକ ଖ୍ଯାତି ସମ୍ପନ୍ନ ଲେଖକ। ଦ ଗାର୍ଡନ ଅଫ ଲାଇଫ, ଏ ସେକଣ୍ଡ ପାରାଡାଇଜ ଓ ଏ ଡେଜର୍ଟ କିଙ୍ଗଡମ ପୁସ୍ତକ ଲେଖି ବିଶ୍ବ ସାହିତ୍ଯରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ।

ସେପଟେ ବୁକ ଷ୍ଟୋର କର୍ତ୍ତୃପକ୍ଷ କହିଛନ୍ତି ବିଜୁ ବାବୁ ମଧ୍ଯ ତାଙ୍କ ବହି ଦୋକାନକୁ ଆସୁଥିଲେ। ବହି କିଣା ସାଙ୍ଗକୁ ସେଠାରେ ଉପସ୍ଥିତ ଲୋକଙ୍କ ସହ କଥା ହୋଇଥିଲେ ନବୀନ। ପିଲାଙ୍କ ସହ ସେଲଫି ନେବା ପରେ ପୁଣି ଫେରିଯାଇଥିଲେ ନବୀନ ନିବାସ। ସେପଟେ ଦୋକାନ ମାଲିକ କହିଛନ୍ତି- ପୂର୍ବରୁ ବିଜୁ ପଟ୍ଟନାୟକ ବି ଏହି ଷ୍ଟୋରକୁ ଆସିଥିଲେ। ମୁଖ୍ଯମନ୍ତ୍ରୀ ନବୀନ ଅଢେଇ ହଜାର ଟଙ୍କାର ପୁସ୍ତକ କିଣିଥିଲେ। ମୁଖ୍ଯମନ୍ତ୍ରୀ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ବୋଲି ସେ କହିଛନ୍ତି।