ଋଷ ଉପରେ ଆକ୍ରମଣ କରିବ NATO, ୩୦ ଦେଶ ମିଶିକି କରିବେ ଆକ୍ରମଣ

1 min read

ନୂଆଦିଲ୍ଲୀ: ଆରମ୍ଭ ହେଲା ମହାଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଦୀର୍ଘଦିନ ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ଯୁଦ୍ଧ ରୂପ ନେଇଛି । ଆଜି ସକାଳୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ୟୁକ୍ରେନ ମୁହାଁ ହୋଇଥିଲା ଋଷ ।  ୟୁକ୍ରେନ୍ ରାଜଧାନୀ କିଭ୍ ସହ ୧୦ଟି ସହର ଉପରେ ଭୟଙ୍କର ଆକ୍ରମଣ କରିଛି ଋଷ । ୟୁକ୍ରେନକୁ ତିନିପଟୁ ଘେରି ଆକ୍ରମଣ ଜୋରଦାର ଆକ୍ରମଣ କରୁଛି ଋଷ । ଜଳ, ସ୍ଥଳ ଓ ଆକାଶ ସମସ୍ତ ଜରିଆରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭରେ କ୍ରୁଜ ଓ ବାଲାଷ୍ଟିକ୍ ମିଜାଇଲରେ ଆକ୍ରମଣ କରିଛି ଋଷ । ଋଷର ଏହି ଆକ୍ରମଣ ଫଳରେ ୟୁକ୍ରେନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ୟୁକ୍ରେନରେ ଉପରେ ଋଷର ଏହି ଆକ୍ରମଣକୁ ନିନ୍ଦା କରିଛି ଆମେରିକା । ଆମେରିକା ସହ ବିଭିନ୍ନ ରାଷ୍ଟ୍ର ଋଷର ଏହି ପଦକ୍ଷେପକୁ ନିନ୍ଦା କରିଛି । ପୁଟିନ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା ପରେ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଜି ସନ୍ଧ୍ୟାରେ UNSCରେ ହେବ ଭୋଟିଂ । ପୂର୍ବରୁ ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟ ଲଗାଇ ସାରିଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଋଷ ବିରୋଧରେ ଆକ୍ରମଣ କରିବ ବୋଲି NATO ଘୋଷଣା କରିଛି । NATOରେ ଥିବା ୩୦ ଦେଶ ମିଶି ଋଷ ଉପରେ ଆକ୍ରମଣ କରିବ ବୋଲି ୟୁକ୍ରେନ ଗଣମାଧ୍ୟମରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଋଷ- ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜରୁରୀକାଳୀନ ବୈଠକ ଡାକିଛି ବ୍ରିଟେନ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅଧ୍ୟକ୍ଷତାରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ।

Leave a Reply